ମାଲକାନଗିରି : ମାଲକାନଗିରି ଜିଲ୍ଲାର ୧୨ ଜଣ ଦିବ୍ୟାଙ୍ଗଙ୍କ ହେବ କୃତ୍ରିମ ଅଙ୍ଗ ପ୍ରତିରୋପଣ। ବୁଧବାର ଏକ ସ୍ୱତନ୍ତ୍ର ବସ୍ ଯୋଗେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଭୁବନେଶ୍ୱର ପଠାଇଛନ୍ତି। ମାଲକାନଗିରି, କାଲିମେଳା, ପଡ଼ିଆ, କୋରୁକୋଣ୍ଡା,ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି ବ୍ଲକରୁ ଚିହ୍ନଟ ହୋଇଥିବା ଦୁଇଜଣ ମହିଳା ଓ ୧୦ଜଣ ପୁରୁଷ ମୋଟ ୧୨ ଜଣ ଦିବ୍ୟାଙ୍ଗଙ୍କୁ ଆଜି ଭୁବନେଶ୍ଵର ପଠାଯାଇଛି।ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱର ଠାରେ ଥିବା ଆଡଭାନ୍ସ ରିହାବିଲଟିସେନ ସେଣ୍ଟରରେ ସେମାନେ ରହିବେ। ସେଠାରେ ମାଗଣାରେ ସେମାନଙ୍କର କୃତ୍ରିମ ହାତ ଏବଂ ଗୋଡ଼ ପ୍ରତିରୋପଣ କରାଯିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କର ସଫଳତା କାମନା କରିଥିଲେ।
Related Stories
March 30, 2026
