
ଭୁବନେଶ୍ୱର, 30 ଅଗଷ୍ଟ : ବୌଦ୍ଧରେ ଚାଞ୍ଚଲ୍ୟ । କୁମରକାନୀ ଖରିଆମୁଣ୍ଡା ନାଳ ନିକଟ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତକ ବୌଦ୍ଧ ଜିଲ୍ଲାର ମନୁମୁଣ୍ଡା ଥାନା ଅନ୍ତର୍ଗତ ଖଲିଆପାଲି ପଂଚାୟତ କୁମରକାନି ଏଲ ଆଣ୍ଡ ଟି ଠିକା ସଂସ୍ଥାର ଶ୍ରମିକ ବୋଲି ଅନୁମାନ କରାଯାଉଛି । ଶ୍ରମିକଙ୍କୁ ହତ୍ୟା କରି ଏଠାରେ ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି । ଖବର ପାଇବା ପରେ ମନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।