ନୂଆଦିଲ୍ଲୀ : ୧୩ କୋଟି ଗ୍ରାମୀଣ ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ଯୋଗାଇ ଜଲ୍ ଜୀବନ ମିଶନ୍ ଆଉ ଏକ ମାଇଲଖୁଂଟ ହାସଲ କରିଛି । ଗ୍ରାମୀଣ ଟ୍ୟାପ୍ ସଂଯୋଗ ଯୋଗାଇବା ମିଶନ୍ ଅଧୀନରେ ଅଗଷ୍ଟ ୨୦୧୯ ରେ ୩.୨୩ କୋଟି ପରିବାର ଠାରୁ ଚାରି ବର୍ଷ ମଧ୍ୟରେ ୧୩ କୋଟି ପରିବାରକୁ ମଳରେ ଜଳ ସଂଯୋଗ ଯୋଗାଇ ଦିଆଯାଇଛି ।
କେନ୍ଦ୍ର ଜଲ ଶକ୍ତି ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବର୍ତମାନ ଦେଶର ୧୪୫ ଟି ଜିଲ୍ଲା ଏବଂ ୧,୮୬,୮୧୮ ଟି ଗାଁରେ ୧୦୦ ପ୍ରତିଶତ ଟ୍ୟାପ୍ ଜଳ ଯୋଗାଣ କରାଯାଉଛି । ପ୍ରତି ସେକେଣ୍ଡରେ ଏକ ଟ୍ୟାପ୍ ଜଳ ସଂଯୋଗ ଯୋଗାଇ ଦିଆଯାଉଛି ଯାହା ଦେଶର ଗ୍ରାମାଂଚଳର ଦୃଶ୍ୟପଟ୍ଟକୁ ପରିବର୍ତନ କରୁଛି । ହାରାହାରି, ଜାନୁୟାରୀ ୧, ୨୦୨୩ ରୁ ପ୍ରତିଦିନ ୮୭,୫୦୦ ଟ୍ୟାପ୍ ସଂଯୋଗ ଦିଆଯାଇଛି । ଜାନୁଆରୀ ୨୦୨୩ ଠାରୁ ଉତର ପ୍ରଦେଶରେ ୬୧.୦୫ ଲକ୍ଷ କାର୍ଯ୍ୟତ୍ମମ ଘରୋଇ ଟ୍ୟାପ୍ ସଂଯୋଗ ଯୋଗାଇ ଦିଆଯାଇଛି । ବିହାରର ୯୬.୩୯ ପ୍ରତିଶତ ଘର ଏବଂ ମିଜୋରାମରେ ୯୨.୧୨ ପ୍ରତିଶତ ଘରକୁ ଟ୍ୟାପ୍ ଜଳ ଯୋଗାଇ ଦିଆଯାଇଛି ।
