ଭୁବନେଶ୍ୱର : ନିର୍ବାଚନ କମିଶନଙ୍କ ଟିମ ଆଜି ଓଡିଶା ଆସୁଛନ୍ତି । ଆସନ୍ତାକାଲି ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ନେଇ ନିର୍ବାଚନ କମିଶନଙ୍କ ଟିମ ସମୀକ୍ଷା କରିବେ । ଏହି ବୈଠକ ଖାରବେଳ ଭବନରେ ବସିବ । ଏଥିରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଟିମ ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଯୋଗ ଦେବ। ଆସନ୍ତାକାଲି ବୈଠକରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଆଲୋଚନା ହେବ। ଭୋଟର ତାଲିକା ସଂଶୋଧନ ପାଇଁ ପ୍ରକ୍ରିୟା ଚାଲିଛି।
Related Stories
April 5, 2026
