ବାରିପଦା : ମୟୂରଭଞ୍ଜ ଜିଲ୍ଲା ଖିଚିଂ ସ୍ଥିତ ମା କିଚକେଶ୍ଵରୀଙ୍କ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି । ଚୋରମାନେ ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଏଥିସହ ମା ଙ୍କ ବିଭିନ୍ନ ସୁନା ଅଳଙ୍କାର ଚୋରି ହୋଇଛି । ଖବର ପାଇ ଘଟଣାସ୍ଥଳରେ ରରୁଆଁ ପୋଲିସ ପହଞ୍ଚି ଛାନଭିନ୍ ଚଳାଇଛି ।