ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ବିଧାୟକ ମହମ୍ମଦ ମୋକିମଙ୍କ ଭିଜିଲାନ୍ସ କୋର୍ଟ ମାମଲାର ରହିତାଦେଶ ଉଠାଇବା ପାଇଁ ରାଜ୍ୟ ସରକାର କରିଥିବା ଆବେଦନ ଶୁଣିବାକୁ ମନା କଲେ ସୁପ୍ରିମକୋର୍ଟ। ବିଧାୟକ, ସାଂସଦଙ୍କ ପାଇଁ ଥିବା ନିୟମାନୁଯାୟୀ ୬ ମାସ ମଧ୍ୟରେ ସମସ୍ତ ମାମଲାର ବିଚାର ଶେଷ କରି ରାୟ ଦେବା ପାଇଁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ତେବେ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏକ ମାମଲାର ଦୋଷୀ ସାବ୍ୟସ୍ତ କରିଥିଲେ। ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୋକିମ। ହାଇକୋର୍ଟ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଛନ୍ତି।
Related Stories
April 5, 2026
