ଭୁବନେଶ୍ୱର : ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ଆଜି ଭୁବନେଶ୍ୱରରେ ଏକ ବାଇକ୍ ରାଲି ଅନୁଷ୍ଠିତ ହେବ । ବୁଧବାର ସକାଳ ସାଢେ ୬ ଟାରେ ଭୁବନେଶ୍ୱର ସାଣ୍ଡି ଟାୱାର ହୋଟେଲ ଠାରୁ ଏକ ସୁପର ବାଇକ ରାଲିର ଶୁଭାରମ୍ଭ ହେବ । ସେହିପରି କଟକସ୍ଥିତ ସିଲଭର ସିଟି ବୋଟ କ୍ଲବରେ ଫୁଡ ଫେଷ୍ଟିଭାଲ ଏବଂ ସନ୍ଧ୍ୟା ସାଢେ ୬ ଘଟିକା ସମୟରେ ଭଞ୍ଜ କଳା ମଣ୍ଡପ ଠାରେ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଛି ।