
ବଲାଙ୍ଗିର : କଣ୍ଟାବାଞ୍ଜି କାଠ ମାଫିଆ ୱାର୍ଡ ନମ୍ବର ୧ ଧୋବା ପଡ଼ା ର ଘର ଓ ଗୋଦାମ ଚଢ଼ାଉ କରି ବିପୁଳ ବୀଜା କାଠ ଓ କାଠ ନିର୍ମିତ ସାମଗ୍ରୀ ଜବତ କରିଥିଲେ । କାଠ ୫୩.୮୨ ସି ଏଫ୍ ଟି ମାପର ହୋଇଥିଲା ବେଳେ ଏହାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ । ଆଜି ସେପ୍ଟେମ୍ବର ୨୮, ୨୦୨୩ ରେ, ପ୍ରାୟ ୦୬:୩୦ ସମୟରେ, ବଲାଙ୍ଗୀର, ଦେଓଗାଁ, ବଙ୍ଗୋମୁଣ୍ଡା, ପାଟନାଗଡ, ଏବଂ କଣ୍ଟାବାଞ୍ଜୀ ରେଞ୍ଜ ର କର୍ମଚାରୀମାନେ ବଲାଙ୍ଗିର ଡିଭିଜନାଲ ମୋବାଇଲ୍ ସ୍କ୍ୱାଡ଼ ସହିତ ପୋଲିସ୍ ପର୍ସନାଲ ଏବଂ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ସହାୟତାରେ ଚଢାଉ କରି ଅର୍ଦ୍ଧ ନିର୍ମିତ ଅସବାବ ପତ୍ର, କାଠ ତିଆରି ଉପକରଣ, ମେସିନ୍ ଉପକରଣ, ୱାର୍ଡ ନଂ ୧, କଣ୍ଟାବାଞ୍ଜିର ମୋହନ ଟଙ୍କଙ୍କ ଘର ପରିସରରୁ ଜବତ କରିଥିଲେ । ଏହି ଅପରେସନ୍ ଘନଶ୍ୟାମ ମହନ୍ତ, ଏସିଏଫ୍ ଏବଂ ଜିତେନ୍ଦ୍ର ସାହୁ, ଏସିଏଫ୍ ଙ୍କ ତତ୍ୱାବଧାନରେ କରାଯାଇଥିଲା । ମୋହନ ଟଙ୍କ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଜବତ ସାମଗ୍ରୀକୁ ଅଧିକ ଅନୁସନ୍ଧାନ ପାଇଁ ରେଞ୍ଜ ଅଫିସ କ୍ୟାମ୍ପସକୁ ଅଣାଯାଇଥିଲା । ସର୍ଚ୍ଚ ଅପରେସନ୍ ସମୟରେ ମୋହନ ଟଙ୍କର ସମ୍ପୂର୍ଣ୍ଣ ସମ୍ପତିରୁ ତିନି ଗୋଟି ଜୀବନ୍ତ ଶୁଆ ଉଦ୍ଧାର କରାଯାଇଥିଲା । ବନ ବିଭାଗ କେସ ନମ୍ବର ୧୪୧/୨୦୨୩ କଣ୍ଟାବାଞ୍ଜି ରେଞ୍ଜ ଓ କେସ ନମ୍ବର ୧୪୪/୨୦୨୩ ଶୁଆ ପାଇଁ ବନ୍ୟ ଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ଅନୁସାରେ ଦୁଇଟି କେସ ରୁଜୁ ହୋଇଛି । ବଲାଙ୍ଗିର, ଦେଓଗାଓଁ, ପାଟନାଗଡ଼ ଏବଂ କଣ୍ଟାବାଞ୍ଜି ରେଞ୍ଜ ର ନବିନ ପଣ୍ଡା, ରେଞ୍ଜ ଅଫିସର, ବଲାଙ୍ଗୀର ରେଞ୍ଜ, ଆନନ୍ଦ ଚନ୍ଦ୍ର ବିଶି, ରେଞ୍ଜ ଅଫିସର, ପାଟଣାଗଡ ରେଞ୍ଜ, ପଦ୍ମନାଭ କୁମ୍ଭାର, ରେଞ୍ଜ ଅଫିସର, ବଙ୍ଗୋମୁଣ୍ଡା ରେଞ୍ଜ, ନବ କିଶୋର ଦାସ, ଫରେଷ୍ଟର, କାମେଶ୍ୱର ତାଣ୍ଡି, ଫରେଷ୍ଟର, ଶ୍ରଦ୍ଧଦେବ ବଡ଼ମାଲି, ରେଞ୍ଜ ଅଫିସର, କଣ୍ଟାବାଞ୍ଜି ରେଞ୍ଜ, ବ୍ୟାସଦେବ ସାହୁ, ଫରେଷ୍ଟର, ଚିତରଞ୍ଜନ ଖମାରି, ଗୁଣନିଧି ପରିଡା ଏହି କାର୍ଯ୍ୟ କରିଥିଲେ ।