ନୂଆଦିଲ୍ଲୀ : ଗାନ୍ଧୀ ଜୟନ୍ତୀ ଅବସରରେ ବାପୁଜୀଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ସ୍ୱାଧୀନତା ସମୟରେ ମହାତ୍ମା ଗାନ୍ଧୀ ଯେଉଁଭଳି ଭାବରେ ସ୍ୱଦେଶୀ, ସ୍ୱରାଜ, ଆତ୍ମନିର୍ଭରଶୀଳତା ଏବଂ ସ୍ୱଚ୍ଛତା ଦର୍ଶନରେ ଦେଶର ନେତୃତ୍ୱ ନେଇ ଜନସଚେତନତା ସୃଷ୍ଟି କରିଥିଲେ, ତାହା ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଅଟେ। ସମଗ୍ର ବିଶ୍ୱକୁ ସତ୍ୟ ଏବଂ ଅହିଂସାର ମାର୍ଗରେ ଚାଲିବାକୁ ପ୍ରେରଣା ଦେଇଥିବା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି ।
Related Stories
April 4, 2026
