
ବିଜେଡି ପାଳିବ ଓଡ଼ିଶା ଦିବସ
ଭୁବନେଶ୍ୱର, 30 ମାର୍ଚ୍ଚ – ବିଜେଡି ପାଳିବ ଓଡ଼ିଶା ଦିବସ । ଅପ୍ରେଲ ୧ ଦିନ ଏହି ଦିବସକୁ ବେଶ୍ ଧୁମ୍ ଧାମରେ ସମଗ୍ର ରାଜ୍ୟରେ ପାଳନ କରିବ ବିଜେଡି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବିଜେଡି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର । ଭୁବନେଶ୍ୱରଠୁ ଆରମ୍ଭ କରି ବ୍ଲକ, ପଞ୍ଚାୟତରେ ପାଳନ ହେବ ବୋଲି କୁହାଯାଇଛି । ଶଙ୍ଖଭବନ କାର୍ଯ୍ୟକ୍ରମରେ ବିଜେଡି ସଭାପତି ଯୋଗ ଦେବେ । ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଓ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ । ବିଧାୟକ, ସାଂସଦ ଓ ଅନ୍ୟ ନେତା ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଠିକଣା ଭାବେ ପାଳନ କରିବୁ ବୋଲି କୁହାଯାଇଛି ।