
Man murdered in Sambalpur
ଜୟପୁର:ଜୟପୁର ସଦର ଥାନା ଅଞ୍ଚଳରେ ହତ୍ୟା କାଣ୍ଡ ଘଟିଛି । ମୃତ କ ଜଣକ ହେଉଛନ୍ତି ଫାମ୍ପୁଣିର ପଦ୍ମନ ହରିଜନ । ଜୟପୁର ସଦର ଥାନା ଅନ୍ତର୍ଗତ ବନଗୁଡା ମନ୍ଦିର ପାଖରେ ହତ୍ୟା କାଣ୍ଡ ଘଟିଛି । ମୃତକ ପଦ୍ନନ ହରିଜନ ବାଇକରେ ପେପର ମିଲରୁ ଫାମ୍ପୁଣି ଘରକୁ ଫେରୁଥିବା ବେଳେ ଏହି ହତ୍ୟା କାଣ୍ଡ ଘଟଛି । ଦୁବୁତ୍ତ ଜଣକ ଖଣ୍ଡା ରେ ଗଳାକାଟି ହତ୍ୟା କରିଛି । ଆଜି ଅପରାହ୍ନ ୪ଟ୍ଟା ରେ ହତ୍ୟା କାଣ୍ଡ ଘଟିଥିବା ଜଣାଯାଇଛି । ଦୁବୁତ୍ତ ଯୋଜନା ବଦ୍ଧ ଭାବେ ଅପେକ୍ଷା କରି ଖଣ୍ଡାରେ ଆକ୍ରମଣ କରି ହତ୍ୟା କରିଥିବା ଜଣାଯାଇଛି । ଏନେଇ ଜୟପୁର ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବିଷୟ ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।