ରାଜ୍ୟରେ ଭୋଟର ତାଲିକା ସଂଶୋଧନରେ ବାଦ ପଡିଲେ 7 ଲକ୍ଷ 68 ହଜାର 521 ଭୋଟର
ଭୁବନେଶ୍ୱର, 30 ମାର୍ଚ୍ଚ – ରାଜ୍ୟରେ ଭୋଟର ତାଲିକା ସଂଶୋଧନରେ ବାଦ ପଡିଛନ୍ତି 7 ଲକ୍ଷ 68 ହଜାର 521 ଭୋଟର । ଭୋଟର ଜାଲିଆତିର ବଡ଼ ଖୁଲାସା କରିଛନ୍ତି ନିର୍ବାଚନ ଅଧିକାରୀ । ଏକାଧିକ ସ୍ଥାନରେ ଭୋଟ ପରିଚୟ ପତ୍ର ରଖିଥିଲେ ଏକ ଲକ୍ଷ 55 ହଜାର 318 ବ୍ୟକ୍ତି । ସଂଶୋଧନ ପ୍ରକ୍ରିୟାରେ ବାଦ ଦିଆଯାଇ ଭୋଟର ଲିଷ୍ଟକୁ କରାଯାଇଛି ସ୍ଵଚ୍ଛ କରାଯାଇଛି ।
ଗତବର୍ଷ ୬ ତାରିଖରୁ ଚଳିତ ବର୍ଷ ମାର୍ଚ୍ଚ ୨୨ ତାରିଖ ମଧ୍ୟରେ ରାଜ୍ୟରେ ମୃତ୍ୟୁଜନିତ କାରଣରୁ 2 ଲକ୍ଷ 3 ହଜାର ୩୯୬ ଭୋଟର, ସ୍ଥାନାନ୍ତର ଯୋଗୁଁ ୪ ଲକ୍ଷ ୦୮ ହଜାର ୧୩୨ ଭୋଟର ଏବଂ ଅନ୍ୟାନ୍ୟ କାରଣ ପାଇଁ ୨ ହଜାର ୬୪୬ ଭୋଟର ବାଦ ପଡିଛନ୍ତି । ଏହି ସମୟ ମଧ୍ୟରେ ନୂତନ ଭାବେ ଭୋଟର ତାଲିକାରେ ସଂଯୋଗ କରିବା ପାଇଁ ମୋଟ ୫,୬୭,୦୩୪ ଜଣ ଆବେଦନ କରିଛନ୍ତି ।
ସର୍ବାଧିକ ବାଦ ପଡିଥିବା ଜିଲ୍ଲା ହେଉଛି ସୁନ୍ଦରଗଡ଼ । ସୁନ୍ଦରରଗଡ଼ ଜିଲ୍ଲାରେ ୧ ଲକ୍ଷ ୪୪ହଜାର ୭୨୬, କଟକରେ ୭୪ ହଜାର ୮୮୧, ଗଞ୍ଜାମ ଜିଲ୍ଲାରେ ୪୭ ହଜାର ୯୮୯, ଅନୁଗୁଳରେ ୩୭ ହଜାର ୯୨୭, ପୁରୀ ଜିଲ୍ଲାରେ ୩୬ ହଜାର ୬୭୯ ଜଣ ବାଦ ପଡ଼ିଛନ୍ତି । ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
