ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କୁ ସ୍ମରଣ କଲେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ମୃତିଚାରଣ କରିଛନ୍ତି । ତାଙ୍କ ପୁଣ୍ୟତିଥି ଅବସରରେ ତାଙ୍କ ନମନ ଜଣାଇଛନ୍ତି ଶାହ । ଦେଶରେ ବିକାଶରେ ତାଙ୍କର ଯୋଗଦାନ, ବୈଦ୍ଧିକତା ଓ ସାର୍ବଜନୀନ ସେବା ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତାକୁ ଆମକୁ ସର୍ବଦା ପ୍ରେରଣା ଦେବ ବୋଲି କହିଛନ୍ତି ଶାହ ।