
ନୂଆଦିଲ୍ଲୀ : ସିକ୍କିମ ବନ୍ୟାରେ ଫସିଥିବା ପର୍ଯ୍ୟଟକଙ୍କୁ ସେନା ହେଲିକପ୍ଟର ଜରିଆରେ ଉଦ୍ଧାର କରାଯାଉଛି । ସୋମବାର ସିକ୍କିମରେ ପାଗ ପରିବର୍ତ୍ତନ ହେବା ପରେ ବନ୍ୟାରେ ଫସିଥିବା ପର୍ଯ୍ୟଟକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ସକାଳେ ଯବାନମାନେ ଲୋଚନାରୁ ବାହାରିଥିବା ପର୍ଯ୍ୟଟକଙ୍କ ପ୍ରଥମ ବ୍ୟାଚକୁ ମଙ୍ଗନର ରିଙ୍ଗିମ ହେଲିପ୍ୟାଡରେ ଛାଡିଛନ୍ତି ।
ସିକ୍କିମର ଏହି ପ୍ରାକୃତିକ ବିପତ୍ତିରେ ପ୍ରାୟ ତିନି ହଜାର ପର୍ଯ୍ୟଟକ ଫସିରହିଥିବାର ଅନୁମାନ କରାଯାଉଛି । ଅନ୍ୟପଟେ ବନ୍ୟା ଯୋଗୁ 40ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା 21ରେ ପହଞ୍ଚିଥିବା ବେଳେ ଏବେ ବି 32ଜଣ ଲୋକ ନିଖୋଜ ଅଛନ୍ତି । 122ଜଣ ଲୋକେ ଆହତ ହୋଇଥିବା ବେଳେ 15ଶହରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ଯୋଗୁ ରାଜ୍ୟର 6ଟି ଜିଲ୍ଲାର 14ଟି ପୋଲ ଭାସିଯାଇଛି ।