
ଅମଲା ଆନ୍ଦୋଳନ ପଛରେ ବିଜେଡି- ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର, 23 ଅଗଷ୍ଟ – ଅମଲା ସଂଘ ସହ ଆଲୋଚନା ପରେ ରାଜସ୍ବ ମନ୍ତ୍ରୀ ବୟାନ ରଖିଛନ୍ତି । ଅମଲା ଆନ୍ଦୋଳନ ପଛରେ ବିଜେଡି ଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କିଛି ସଂଘର ନେତା ବିଜେଡି ଦ୍ୱାରା ପ୍ରେରିତ ହୋଇ ଆନ୍ଦୋଳନ କରୁଛନ୍ତି । ସେମାନେ କେଉଁ କେଉଁ ନେତାଙ୍କୁ ଭେଟୁଛନ୍ତି, ରିପୋର୍ଟ ମୋ ପାଖେ ଅଛି । ସେମାନେ ସମସ୍ୟାର ସମାଧାନ ଚାହୁଁ ନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଅମଲାଙ୍କୁ ଢାଲ କରି ସରକାର ବିରୋଧରେ ଆନ୍ଦୋଳନ କରିବା ଲକ୍ଷ୍ୟ । ରାଜସ୍ବ ବିଭାଗ ପାଖରେ ବହୁତ ଅସ୍ତ୍ର ଅଛି ବିରୋଧୀ ସମ୍ଭାଳି ପାରିବେ ନାହିଁ । ଏଇଟା ମୋ ପରିବାରର ସମସ୍ୟା । ସମାଧାନ ପାଇଁ ସମୟ ଲାଗିବ । ଵିଧି ବ୍ୟବସ୍ଥା ଭିତରେ ହେବ କ୍ୟାଡର ପୁନଃ ଗଠନ । ଏହି ପ୍ରକ୍ରିୟା ଶେଷ ସୋପାନରେ ଅଛି । ବିଗତ ସରକାର ଯେତେ ସମସ୍ୟା ଛାଡିକି ଯାଇଛନ୍ତି ଗୋଟିଏ ଵି ସମସ୍ୟାର ସମଧାନ କରି ନାହାନ୍ତି । ଯେଉଁମାନେ ସଂଘକୁ ଭୁଲ ରାସ୍ତାରେ ନେଉଛନ୍ତି ସେମାନେ ତାଙ୍କୁ ଚିହ୍ନନ୍ତୁ । ସେମାନେ ମଙ୍ଗଳ ଚାହୁଁନାହାନ୍ତି । ଲୋକଙ୍କ ହଇରାଣରେ ନପକେଇ କାର୍ଯ୍ୟରେ ଯୋଗ ଦିଅନ୍ତୁ ।କିଛି ଲୋକ ଅଛନ୍ତି ସେମାନେ ଏବେ ଵି ଭାବୁଛନ୍ତି ବିଜେଡି ସରକାର ଚାଲିଛି । ସେମାନେ କେଉଁ କେଉଁ ନେତାଙ୍କୁ ଭେଟୁଛନ୍ତି ତାର ରିପୋର୍ଟ ଵି ମୋ ପାଖେ ଅଛି । 8 ହଜାର ଅମଲାଙ୍କୁ ଆନ୍ଦୋଳନକୁ ଓହ୍ଲାଇ ସେମାନେ ଭାବୁଛନ୍ତି ସରକାରକୁ ହଇରାଣ ପକେଇ ଦେବ । କ୍ଷମତାରୁ ବାହାରକୁ ଯିବାକୁ ସେମାନେ ହଜମ କରି ପାରୁ ନାହାନ୍ତି । ମୁଁ ପୁରା ବିଜେଡିକୁ କାଠଗଡ଼ରେ ଛିଡା କରିବାକୁ ଚାହେଁ ନାହିଁ । କିନ୍ତୁ ସେ ସରକାରରେ ଯେଉଁମାନେ ପାୱାରଫୁଲ ସମ୍ପୂର୍ଣ୍ଣ କ୍ଷମତାକୁ ଉପଭୋଗ କରୁଥିଲେ ସେମାନେ ହଜମ କରି ପାରୁ ନାହାନ୍ତି । କେମିତି ଏଇ ସରକାର ଗଲେ ସେମାନେ ପୁଣି କ୍ଷମତାକୁ ପଳେଇ ଆସିବେ ।ସେମାନଙ୍କୁ ଜଣା ନାହିଁ । ଏ ସରକାର ଯିବାର ନାହିଁ । ବିଭିନ୍ନ ଜିଲ୍ଲାର ଅମଲା କର୍ମଚାରୀ ଆସିଥିଲେ ସେମାନେ କହୁଥିଲେ ସଂଘର ନେତା ଆମକୁ କିଛି କହୁଛି ନାହାନ୍ତି । ସୋମବାର ସେମାନେ କାର୍ଯ୍ୟରେ ଯୋଗ ଦେବାକୁ ରାଜି ହୋଇଛନ୍ତି । ଯେଉଁମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ ଏବେ ସରକାର ଅସ୍ତ୍ର ବ୍ୟବହାର କରୁନାହାନ୍ତି । ଯଦି ସେମାନେ ସୁଧୁରିବେ ନାହିଁ । ସରକାରକୁ ଅପଦସ୍ତ କରିବାକୁ ଚେଷ୍ଟା କରିବେ । ତାହେଲେ ରାଜସ୍ବ ବିଭାଗ ପାଖରେ ବହୁତ ଅସ୍ତ୍ର ଅଛି ସେମାନେ ସମ୍ଭାଳିବା ପାରିବେ ନାହିଁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।