ବିଧାନସଭାକୁ ଜାଣିଶୁଣି ଉଭୟ ବିରୋଧୀ ବନ୍ଦ କରୁଥିଲେ - ବାବୁ ସିଂ
ଭୁବନେଶ୍ୱର, 01 ଏପ୍ରିଲ୍ – ବିଧାନସଭାକୁ ଜାଣିଶୁଣି ଉଭୟ ବିରୋଧୀ ବନ୍ଦ କରୁଥିଲେ। ପ୍ରାୟ 12 କୋଟି ଟଙ୍କା ସାଧାରଣ ଜନତାଙ୍କର ନଷ୍ଟ ହେଲା। ଏ କଥା ଜାଣିବାପରେ ମଧ୍ୟ ବିରୋଧୀ ଶୁଣିନଥିଲେ। ପ୍ରଥମ ଦିନରୁ ଆମେ କହୁଥିଲୁ ଆଲୋଚନା ମାଧ୍ୟମରେ ଏହା ସମାଧାନ କରିବାପାଇଁ। ଆଜି ବିଜେଡି ବା କଂଗ୍ରେସ ଯାହା କହୁଛନ୍ତି ତାହା ଲୋକହସା କଥା। ଶାସକ ଦଳ ବିଧାନସଭା ବନ୍ଦ କରିବା କହିବା ମୂଲ୍ୟହୀନ କଥା ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂ।
