
କେନ୍ଦୁଝର : ଆଜି କେନ୍ଦୁଝରରେ ଘଟି ଯାଇଛି ଏକ ଅଭାବନୀୟ ଲୋମଟାଙ୍କୁରା ଘଟଣା । ଚିକିତ୍ସା ପାଇଁ ଟଙ୍କା ନ ଦେବାରୁ ଉତ୍ୟକ୍ତ ହୋଇ ଭଉଣୀ କୁ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକ ରୁ ଗୁଳି କରି ହତ୍ୟା କରିଛି ତାର ଭାଇ । ଏଭଳି ଏକ ଅବିଶ୍ୱାନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ସୋମଗିରି ଗାଁ ର ଗଉଡ ସାହିରେ । ଶୁକ୍ରବାର ଦିନ ସକାଳ ପ୍ରାୟ ୮ଟାରେ ଏହି ଘଟଣା ଘଟିଥିଲା । ମିଳିଥିବା ସୂଚନା ଅନୁଶାରେ ଅଭିଯୁକ୍ତ ଭାଇ ପ୍ରଶନ୍ନ ବାରିକ ଏକ କମ୍ପାନୀରେ ଗନମ୍ୟାନ ଭାବେ କାମ କରନ୍ତି । ଏହି ଭାଇ ଭଉଣୀଙ୍କଙ୍କର ମା, ବାପା ନାହାଁନ୍ତି । ଭାଇ ପ୍ରଶନ୍ନ ବାରିକ ଯାହା ରୋଜଗାର କରୁଥିଲେ ସବୁ ଟଙ୍କା ଭଉଣୀ ମାଳତୀ ଓ ନିଜ ପତ୍ନୀକୁ ଦେଉଥିଲେ । ହଠାତ୍ ପ୍ରସନ୍ନଙ୍କ ଦେହ ଖରାପ ହେବାରୁ ଚିକିତ୍ସା ପାଇଁ ତାର ତାର ଭଉଣୀ ମାଳତି ବାରିକ ଙ୍କୁ ଟଙ୍କା ମାଗିଥିଲେ । କିନ୍ତୁ ସେ ଟଙ୍କା ନ ଦେବାରୁ ପ୍ରସନ୍ନ ରାଗିଯାଇ ଭଉଣୀକୁ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକ ରୁ ଗୁଳି କରି ହତ୍ୟା କରିଥିଲା । ଏବଂ ଭଉଣୀକୁ ହତ୍ୟା କରିବା ପରେ ଗାଁ ଲୋକଙ୍କୁ ଡାକିଥିଲା । ଫଳରେ ପଡୋଶୀ ଲୋକମାନେ ମାଳତୀକୁ ଏକ ଗାଡିରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ପ୍ରଶନ୍ନ ଏ ସଂପର୍କରେ ପୋଲିସ ନିକଟରେ ଆତ୍ମ ସମର୍ପଣ କରିବା ସହ ନିଜ ବନ୍ଧୁକରୁ ଗୁଳି କରି ଭଉଣୀକୁ ହତ୍ୟା କରିଥିବା କଥା ମଧ୍ୟ ସ୍ୱୀକାର କରିଛି । ଗୁଳିଟି ମାଳତାର କାନ୍ଧ ତଳେ ବାଜିଥିବାରୁ ପ୍ରବଳ ରକ୍ତତ୍ସାବ ହୋଇଥିଲା । ଫଳରେ ମାଳତି ର ମୃତ୍ୟୁ ଘଟିଥିଲା । ମାଳତି ଅବିବାହିତ ଥିବାବେଳେ ପ୍ରସନ୍ନ ଙ୍କ ନିକଟରେ ରହୁଥିଲା । ପ୍ରସନ୍ନ ଙ୍କ ସ୍ତ୍ରୀ ଗତ କିଛି ଦିନ ହେବ ତାଙ୍କ ବାପା ଘରକୁ ଯାଇଥିବା ଜଣାପଡିଛି ।