ଭୁବନେଶ୍ୱର, 13 ମାର୍ଚ୍ଚ – ବେକାରୀ ସମସ୍ୟା ଓ ପ୍ରଶ୍ନପତ୍ର ଲିକ ଓ ଅନ୍ୟ ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ଆଜି ନବୀନ ନିବାସ ଘେରାଉ କରିଛି । ଛାତ୍ର କଂଗ୍ରେସର କାର୍ଯ୍ୟକର୍ତା ମାନେ ନବୀନ ନିବାସ ଆଡକୁ ଅଗ୍ରସର ହେବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଫଳରେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି ।