
କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଂଚଳରେ ହାତୀ ପଲଙ୍କର ଉତ୍ପାତ ଲାଗି ରହି ଥିବା ବେଳେ ଅଂଚଳବାସୀମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ନିକଟରେ ତୁରୁମୁଙ୍ଗା ଅଂଚଳରେ ହାତୀପଲଙ୍କର ଉତ୍ପାତ ଲୋକଙ୍କର ଆଖିର ନିଦ ହଜାଇ ଦେଇଥିବା ବେଳେ ଏବେ ଏକ ଦନ୍ତା ହାତୀ ତେଲକୋଇ ଅଂଚଳରେ ଉପଦ୍ରବ ଚଲାଇଛି । ଫଳରେ ସମଗ୍ର ଅଂଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜର ବିମଳା ଫରେଷ୍ଟ ବିଟ ଅଂଚଳରେ ଏକ ଗୋଠଛଡା ଦନ୍ତା ହାତୀର ଉପଦ୍ରବ କମିବାର ନାମ ଧରୁନି । ଗତକାଲି ବିଳମ୍ବତ ରାତ୍ରୀରେ ସିରିଗିଡା ପଂଚାୟତ ପୁରୁଷୋତମ ପୁର ଗାଂରେ ପଶି ଗୋଠ ଛଡା ଦନ୍ତା ହାତୀଟି ଉତ୍ପାତ କରିଲା ସହ ଖଳିକ ମହାନ୍ତଙ୍କ ଘର ଭାଙ୍ଗି ଚାଉଳ ଖାଇଯିବା ସହ ସେଠାରେ ଥିବା ଏକ ବାଇକ କୁ କଚାଡି ଭାଙ୍ଗି ଦେଇଥିଲା । ଏବଂ ତାଙ୍କ ଧାନକଳ ରେ ଥିବା ଚାଉଳକୁ ଖାଇବା ସହ ସେଠାରେ ଥିବା ଟିଣ , ବାଲଟିକୁ ଦଳିମକଚି ଦେଇଥିଲା । ଜଙ୍ଗଲରେ ଖାଦ୍ୟର ଅବାବ କାରଣରୁ ଗୋଠ ଛଡା ଦନ୍ତା ହାତୀ ଜନବସତି ମୁହାଁ ହୋଇ ଉପଦ୍ରବ କରୁଛି । ବନ ବିଭାଗ ହାତୀକୁ ଗାଁରେ ନପଶାଇ ଦେବା ଲାଗି ଗାଁ ମୁଣ୍ଡରେ ସୋଲାର କରେଟଂ ତାର ବାଡ ଲଗାଇଅଛି । କିନ୍ତୁ ଏପଟେ ହାତୀର ଭୋକ ଆଗରେ ସବୁ କିଛି ଏପରି ତୁଛ ହୋଇ ପଡିଛି ସେ ବନ ବିଭାଗର କରଟଂ ଲାଗି ଛିଟିକି ପଡିବା ପରେ ମଧ୍ୟ ପନର୍ବାର ଗାଁ ଭିତରକୁ ଧସେଇ ପଶୁଥିବା ର ଗାଁ ଲୋକମାନେ ପ୍ରକାସ କରୁଛନ୍ତି ।