ନୂଆଦିଲ୍ଲୀ : ପବିତ୍ର ବିଶ୍ୱକର୍ମା ପୂଜାର ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର କହିଛନ୍ତି ଯେ, ସୃଜନର ପ୍ରତୀକ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଅବସରରେ ସମସ୍ତଙ୍କୁ ଶୁଭକାମନା । ନିଜର ପ୍ରତିଭା ଏବଂ କୌଶଳରେ ଆତ୍ମନିର୍ଭର ଭାରତ ନିର୍ମାଣରେ ଲାଗିଥିବା ସମସ୍ତଙ୍କ ଶିଳ୍ପୀଙ୍କୁ ମୋର ନମସ୍କାର ଜଣାଉଛି ।