
ଚାଷୀଙ୍କୁ ସାର ନମିଳିବା ଦୁର୍ଭାଗ୍ୟଜନକ- ତାରାପ୍ରସାଦ ବାହିନୀପତି
ଭୁବନେଶ୍ୱର, 23 ଅଗଷ୍ଟ – ଚାଷୀଙ୍କୁ ସାର ନମିଳିବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି । ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଚାଷୀ ମାନେ ବିଜେପି ସରକାରରେ ବହୁତ ହଇରାଣ ହେଉଛନ୍ତି । ଚାଷୀ ମାନେ ତ୍ରାହି ତ୍ରାହି ଡାକିଲେଣି । ଏବେ ବି 70 ଭାଗ ଚାଷୀ ପଞ୍ଜୀକରଣ କରିପାରିନାହାନ୍ତି । ଯେମିତି ଚାଷୀ ମାନେ ପଞ୍ଜୀକରଣ କରିପାରିବେ, ସେଥିପାଇଁ ସରକାର ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି ।