ନୂଆଦିଲ୍ଲୀ, ୯ ଅପ୍ରେଲ (ହି.ସ.)- ଲୋକସଭା ନିର୍ବାଚନ-୨୦୨୪ ର ଦ୍ବିତୀୟ ପର୍ଯ୍ୟାୟରେ ୧୨ ରାଜ୍ୟ ଓ କେନ୍ଦ୍ର ଶାସତ ଅଂଚଳରେ ୧୨୦୬ ପ୍ରାର୍ଥୀଙ୍କ ସହିତ ବାହାର ମଣିପୁର ପିସି ରେ ୪ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ ।

ଲୋକସଭା ନିର୍ବାଚନ-୨୦୨୪ ର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ପାଇଁ ୧୨ ରାଜ୍ୟ ଓ କେନ୍ଦ୍ର ଶାସତ ଅଂଚଳର ୮୮ ସଂସଦୀୟ କ୍ଷେତ୍ର ପାଇଁ ମୋଟ୍ ୨୬୩୩ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଅପ୍ରେଲ ୪ ତାରିଖ ଥିଲା । ଦାଖଲ ହୋଇଥିବା ୨୬୩୩ ନାମାଙ୍କନର ଯାଂଚ୍ ରେ ୧୪୨୮ ନାମାଙ୍କନ ବୈଧ ରହିଛି । ସମସ୍ତ ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଅପ୍ରେଲ ୮ ତାରିଖ ଥିଲା ।
ଦ୍ଵିତୀୟ ପର୍ଯ୍ୟାୟରେ କେରଳରେ ୨୦ ସଂସଦୀୟ କ୍ଷେତ୍ର ପାଇଁ ୫୦୦ ନାମାଙ୍କନ କରାଯାଇଛି । ଏହାପରେ କର୍ଣ୍ଣାଟକରେ ୧୪ ସଂସଦୀୟ କ୍ଷେତ୍ରରେ ୪୯୧ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ସେହିପରି ମହାରାଷ୍ଟ୍ରର ନାଂଦେଡ଼ ସଂସଦୀୟ କ୍ଷେତ୍ରରେ ସବୁଠୁ ଅଧିକ ୯୨ଟି ନାମାଙ୍କନ ପ୍ରାପ୍ତ ହୋଇଛି ।