ରାଉରକେଲା , ୭ ସେପ୍ଟେମ୍ବର – ବସ୍ତି ବାସୀଙ୍କୁ ଦେଇଥିବା ପ୍ରତିଶୃତି ଭୁଲିଗଲେ ରାଉରକେଲା ବିଧାୟକ ସାରଦା ବାବୁ, ଫଳରେ ଅପକ୍ଷା କରି କରି ଶେଷରେ ବସ୍ତିର ମହିଳା ମାନେ ଏକତ୍ରିତ ହୋଇ ନିଜ ବସ୍ତିର ମୁଖ୍ୟ ରାସ୍ତାକୁ ନିଜେ ଆଜି ତିଆରି କରିଛନ୍ତି । ଏ ଘଟଣା ଘଟିଛି ରାଉରକେଲା ସିଭିଲଟାଉନ ସମ୍ମୁଖରେ ଥିବା ପ୍ରେମ ନଗର ଚୋରା ଟୋଲାରେ । ଆଜି ସକାଳୁ ଏହି ରାସ୍ତା ଦେଇ ଜାତୀୟ ରାଜପଥକୁ ଜିବା ବେଳେ ଦେଖାଯାଇଥିଲା ଅନେକ ମହିଳା ଝୁଡି, କୋଦାଳ ଆଦି ଧରି ଭଙ୍ଗା ଇଟା ମଇଳା ଆଦିକୁ ମିଶାଇ ନିଜ ବସ୍ତିର ମୁଖ୍ୟ ପଚ ପଚ ରାସ୍ତାକୁ ତିଆରି କରୁଛନ୍ତି । ସେମାନଙ୍କୁ ପଚରା ଜିବାରୁ ସେମାନେ କହିଛନ୍ତି, ୧୫ ବର୍ଷ ହେଲା ସାରଦା ବାବୁଙ୍କୁ ବାରମ୍ବାର କହିଲୁ, ଭୋଟ ବେଳେ ପ୍ରତିଶୃତି ପରେ ପ୍ରତିଶୃତି ଦେଲେ ଭୋଟ ନେଲେ ହେଲେ ଆମ ବସ୍ତିର ଏହି ରାସ୍ତାକୁ ତିଆରି କରିଦେଲେନି, ତେଣୁ ଆମେ ମାନେ ଏହାକୁ ତିଆରି କରୁଛୁ ଭୋଟ ବେଳେ କଥା ବାର୍ତା।

ଏହି ରାସ୍ତା ଦେଇ କେବଳ ଏହି ବସ୍ତିବାସୀ ଯାତାୟତ କରନ୍ତି ନାହିଁ ବରଂ ସହରର ଅନେକ ଲୋକ ଜାତୀୟ ରାଜପଥକୁ ବାହାରିବା ଲାଗି ଏହି ରାସ୍ତାକୁ ବ୍ୟବହାର କରିଥାନ୍ତି । ବର୍ଷା ଦିନେ ଏହା କାଦୁଅ ପଚ ପଚ ହୋଇଯାଇ ପିଲା ଓ ବୁଢା ଲୋକ ମାନଙ୍କ ଲାଗି ସମସ୍ୟା କରିବା ସହ ଆମ୍ବୁଲାନ୍ସ ମଧ୍ୟ ଏଠାକୁ ଆସି ପାରେ ନାହିଁ । ଆମ୍ବୁଲାନ୍ସ ଅନେକ ଦୂରରେ ଠିଆହେଲେ ଲୋକେ ରୋଗୀକୁ ଟେକି ଟେକି ନେଇଥାନ୍ତି । ଏପରିକି ଜଣେ ଅନ୍ତସତ୍ଵା ମହିଳା କିଛି ଦିନ ତଳେ ଏଭଳି ରାସ୍ତା ଲାଗି ରାସ୍ତାରେ ପ୍ରସବ କରିଥିବା କଥା ଅତି ଦୁଃଖର ସହ ବସ୍ତି ବାସୀ ଜଣାଇଛନ୍ତି । ଏଭଳି ଚିତ୍ର ରାଉରକେଲା ମହାନଗର ଅଂଚଳରେ ଦେଖି ସହରର ଉନ୍ନତି ଲୋକ ମାନଙ୍କ ସେବା ଲାଗି ରହିଥିବା ମହାନଗର ନିଗମ କଣ କରୁଛି ବୋଲି ସାଧାରଣରେ ପ୍ରଶ୍ନ ହେଉଛି ।