ଅକ୍ଟୋବର, ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ
ଭୁବନେଶ୍ୱର :- ପଂଚାୟତ ପାଇଁ ପ୍ରସ୍ତୁତ ହେଉଛି ବିଜେଡି। ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଅକ୍ଟୋବର, ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ। ସମସ୍ତ ଜିଲ୍ଲା ବୁଲିବା ପାଇଁ ବିଧାୟକ ଓ ନେତାଙ୍କୁ କହି ସାରିଲେଣି। ବିଜେଡି ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ସାଧାରଣ ନିର୍ବାଚନରେ ବିଜେଡି ଠାରୁ ଦୁରେଇ ଯାଇଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ହେଉଛି। ବିଜେଡି ସପକ୍ଷରେ ନିର୍ବାଚନ କେମିତି ଯିବ ସେନେଇ କାମ ଆରମ୍ଭ ହେଲାଣି। ଦଳୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ହାରିଥିବା ନେତା ମଧ୍ୟ କାମ ଆରମ୍ଭ କରିଦେଲେଣି। ପଂଚାୟତ ସ୍ତରରେ ଯେଉଁ ମାନେ ଦୁର୍ନୀତି କରିଛନ୍ତି। ଲୋଭ ଓ ଲାଭରେ ଅଛନ୍ତି ସେମାନେ ଦଳ ଛାଡୁଛନ୍ତି। ଯେଉଁମାନେ ଲୋକଙ୍କ ପାଇଁ କାମ କରୁଛନ୍ତି ସେମାନେ ଦଳ ସହିତ ଅଛନ୍ତି।
