Allegation of murder of newlywed couple who were less than a year old
ବଲାଙ୍ଗିର :- ବଲାଙ୍ଗିର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବିବାହ ହୋଇଥିବା ଅନୁପମା ମହାନନ୍ଦଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ତୁଷୁରା ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। ତୁଷୁରା ପୋଲିସ ଅନୁପମାଙ୍କ ସ୍ବାମୀ ମୈଦାଂଶୁ ମହାନନ୍ଦ ଏବଂ ଦେଢ଼ଶୁର ସୁଧାଂଶୁ ଏବଂ ଯାଆଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।
ଗତବର୍ଷ ମଇ ୮ ତାରିଖରେ ବାଗଭା ଗାଁର ଅନୁପମାଙ୍କୁ ବିବାହ ହୋଇଥିଲେ ମୈଦାଂଶୁ। କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ଝଗଡ଼ା ଲାଗି ରହୁଥିଲା। ତେଣୁ ଅନୁପମାକୁ ତଣ୍ଟିଚିପି ହତ୍ୟା କରାଯାଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ସ୍ବାମୀ ମୈଦାଂଶୁ ଓ ତାଙ୍କ ଭାଇ ଭାଉଜ ତିନି ଜଣଙ୍କୁ ପୋଲିସ ଥାନାରେ ଅଟକ ରଖି ପରିବାରଙ୍କ ଅଭିଯୋଗକୁ ନେଇ ତଦନ୍ତ କରୁଥିବା ବେଳେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତ ଅନୁପମାଙ୍କ ପୋଷ୍ଟମର୍ଟମ ଚାଲିଥିବା ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ କହିଛନ୍ତି।
