
PM addressing the Nation on the occasion of 77th Independence Day from the ramparts of Red Fort, in New Delhi on August 15, 2023.
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଲାଲକିଲା ପ୍ରାଚୀରରୁ ୫୦ ଜଣ ନର୍ସ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ବିଭିନ୍ନ ବର୍ଗର ୧୮୦୦ ସ୍ୱତନ୍ତ୍ର ଅତିଥି ମାନଙ୍କ ମଧ୍ୟରେ ସରପଞ୍ଚ, ଶିକ୍ଷକ, କୃଷକ ଓ ମତ୍ସ୍ୟଜୀବୀମାନେ ସାମିଲ ଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଭାଗ୍ୟ ବଦଳାଇବା ପାଇଁ ନର୍ସ, ଡାକ୍ତର ଏବଂ ଅନ୍ୟମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ କୋଭିଡ୍ ଆମକୁ ଶିଖାଇଛି ଯେ ମାନବ କେନ୍ଦ୍ରିତ ଆଭିମୁଖ୍ୟ ବିନା ବିଶ୍ୱର ବିକାଶ ସମ୍ଭବ ନୁହେଁ।
ଦେଶର ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପ୍ରୟାସକୁ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ ଆୟୁଷ୍ମାନ ଭାରତରେ ସରକାର ୭୦,୦୦୦ କୋଟି ଟଙ୍କା ବିନିଯୋଗ କରିଛନ୍ତି ଯାହା ବିପିଏଲ ପରିବାରମାନଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ଗ୍ୟାରେଣ୍ଟି ପ୍ରଦାନ କରିଥାଏ।