ଇସଲାମାବାଦ : ପାକିସ୍ତାନରେ ରାଜନୈତିକ ଅସ୍ଥିରତାର ଚରମ ସ୍ଥିତି । ରାତି ଅଧରେ ସଂସଦକୁ ଭଙ୍ଗ କରି ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ରାଷ୍ଟ୍ରପତି ମହୁରୀ ପ୍ରଦାନ କରିଛନ୍ତି । ସାଧାରଣ ନିର୍ବାଚନ ପାଇଁ ରାସ୍ତା ପରିଷ୍କାର ହୋଇଯାଇଛି । ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ, ଆର୍ଟିକିଲ ୫୮ ଅନୁସାରେ ନ୍ୟାସନାଲ ଆସେମ୍ବଲି ଭଙ୍ଗ କରାଯାଇଛି । ଏବେ ତିନି ମାସ ମଧ୍ୟରେ ନିର୍ବାଚନ ହେବ। ଏହାଭିତରେ ଇମ୍ରାନ ଖାନ୍ ନିର୍ବାଚନ ଲଢିବେ କି ନାହିଁ ସେନେଇ ସସପେନ୍ସ ଜାରି ରହିଛି । ସଂସଦର କାର୍ଯ୍ୟକାଳ ୧୨ ଅଗଷ୍ଟରେ ସରିବାର ଥିଲା । ପ୍ରଧାନମନ୍ତ୍ରୀ ଶେହବାନ୍ ସରିଫ ବୁଧବାର ବିଳମ୍ବିତ ରାତିରେ ରାଷ୍ଟ୍ରପତି ଆରିଫ ଅଲଭୀ ସଂସଦ ଭଙ୍ଗ କରିବାକୁ ସୁପାରିସ୍ କରିଥିଲେ। ଆର୍ଟିକଲ୍ ୫୮ ଅନୁସାରେ ଯଦି ଆସନ୍ତା ୪୮ ଘଣ୍ଟା ଭିତରେ ରାଷ୍ଟ୍ରପତି ସଂସଦ ଭଙ୍ଗ ନ କରନ୍ତି ତେବେ ଆପେ ଆପେ ସଂସଦ ଭଙ୍ଗ ହୋଇଯିବ। ବର୍ତ୍ତମାନ ସ୍ଥିତିରେ ଆସନ୍ତା ୩ ଦିନ ଭିତରେ ଅନ୍ତରୀଣ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ। ତେଣୁ ସମ୍ବିଧାନ ଅନୁସାରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ନ୍ୟାସନାଲ ଆସେମ୍ବଲିରେ ବିରୋଧୀ ଦଳ ନେତାଙ୍କ ପାଖରେ କେୟାରଟେକର ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା ପାଇଁ ଆଉ ତିନି ଦିନ ସମୟ ଅଛି। ଯଦି କୌଣସି ନାଁ ନେଇ ଦୁଇ ନେତାଙ୍କର ସହମତି ନହୁଏ ତେବେ ଏହା ବାଚସ୍ପତିଙ୍କ ଦ୍ୱାରା ଗଠିତ ସମିତି ପାଖକୁ ଯିବ। ତିନି ଦିନ ଭିତରେ ଏହି ସମିତି ଅନ୍ତରୀଣ ପ୍ରଧାନମନ୍ତ୍ରୀଙ୍କ ନାଁ ଉପରେ ମୋହର ଲଗାଇବ। ଏବେ ନୂଆ କରି ନିର୍ବାଚନ ହେବ। କିନ୍ତୁ ଇମ୍ରାନ ଖାନ ନିର୍ବାଚନ ଲଢିବେ କି ନାହିଁ ସେନେଇ ସ୍ପଷ୍ଟ ହୋଇନାହିଁ। ଏବେ ପାକିସ୍ତାନ ନିର୍ବାଚନ ଆୟୋଗକୁ ଆସନ୍ତା ୯୦ ଦିନ ମଧ୍ୟରେ ନିର୍ବାଚନ କରିବାକୁ ହେବ। ୨୦୧୮ ମସିହରେ ହୋଇଥିବା ନିର୍ବାଚନରେ ତେହରିକ-ଏ – ଇନ ସାଫର ନେତା ଇମ୍ରାନ ଖାନ ନିର୍ବାଚନ ଜିତିଥିଲେ। ଏବଂ ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ସେନା ବିରୋଧରେ ମତଭେଦ ଯୋଗୁଁ ୨୦୨୨ରେ ଇମ୍ରାନ ସରକାର ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଗତ ହୋଇଥିଲା। ଯେଉଁଥିରେ ଇମ୍ରାନ ଖାନ ସରକାର ଫେଲ୍ ମାରିଥିଲା। ପରେ ଏକ ଭ୍ରଷ୍ଟାଚାର ମାମଲାରେ ଇମ୍ରାନ ଖାନକୁ ଜେଲ ପଠାଇ ଦିଆଯାଇଥିଲା। ବର୍ତ୍ତମାନ ସେ ଜେଲରେ ଅଛନ୍ତି। ଚର୍ଚ୍ଚା ହେଉଛି ଆସନ୍ତା ୫ ବର୍ଷ ମଧ୍ୟରେ ଇମ୍ରାନ ଖାନ କୌଣସି ନିର୍ବାଚନ ଲଢିପାରିବେ ନାହିଁ।
Related Stories
April 5, 2026
April 5, 2026
