ଡିବ୍ରୁଗଡ଼ର ମନୋହାରୀ ଚା’ ବାଗାନରେ ଚା ପତ୍ର ତୋତିଲେ ପ୍ରଧାନମନ୍ତ୍ରୀ ମୋଦି
ଡିବ୍ରୁଗଡ଼ (ଆସମ), ୦୧ ଏପ୍ରିଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସକାଳେ ଡିବ୍ରୁଗଡ଼ର ମନୋହାରୀ ଚା’ ବାଗାନ ପରିଦର୍ଶନ କରିଛନ୍ତି, ଯେଉଁଠାରେ ସେ ଚା’ ପତ୍ର ତୋଳିବା ସହ ଆସମର ଚା ଶିଳ୍ପର ଗୁରୁତ୍ୱକୁ ରେଖାଙ୍କିତ କରିଥିଲେ।
ସେ ତାଙ୍କର ଗସ୍ତ ସମୟରେ ଚା’ ବାଗାନର ମହିଳା ଏବଂ ଅନ୍ୟାନ୍ୟ ଶ୍ରମିକମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ଏହି ସମୟରେ ସେ ଶ୍ରମିକମାନଙ୍କ ସହ ଆଲୋଚନା କରି ତାଙ୍କର ଅବଦାନକୁ ପ୍ରଶଂସା କରିଥିଲେ। ଏହି ସଂଲାପ ଚା’ ବାଗାନ ଶ୍ରମିକମାନଙ୍କ କଳ୍ୟାଣ ଓ ସଶକ୍ତିକରଣ ପ୍ରତି ସରକାରଙ୍କ ଅଙ୍ଗୀକାରକୁ ପ୍ରକାଶ କରେ। ପ୍ରଧାନମନ୍ତ୍ରୀ ଶ୍ରମିକମାନଙ୍କ ଶିଶୁମାନଙ୍କ ଶିକ୍ଷା, ତାଙ୍କର ମଜୁରି ଏବଂ ମାନଙ୍କ ପାଖରେ ଆୟୁଷ୍ମାନ କାର୍ଡ ଅଛି କି ନାହିଁ, ସେଥିପାଇଁ ପଚାରିଥିଲେ। ଉଲ୍ଲେଖନୀୟ ଯେ ନିର୍ବାଚନୀ ପ୍ରଚାର ଅଭିଯାନରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାତିରେ ଡିବ୍ରୁଗଡ଼ ପହଞ୍ଚିଥିଲେ।
