
Illegal ganja smuggling case: Accused sentenced to 10 years in prison and fined Rs 1 lakh
ଭଦ୍ରକ : ଭଦ୍ରକର ବହୁଚର୍ଚିତ ଦେବରାଜ ମୃତ୍ୟୁ ମାମଲାରେ ଟାଉନ ପୁଲିସ କଥିତ ପ୍ରେମିକା ଇପସିତା ବେହୁରାକୁ ଗିରଫ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ସୂଚନାଥାଉକି; ଗତ ସେପ୍ଝେମ୍ବର ୩ ତାରିଖରେ ଭଣ୍ଡାରିପୋଖରୀ ଜଳହରି ଗ୍ରାମର ଦେବରାଜ ସାମଲ ଏକ ଗେଷ୍ଟ ହାଉସରେ ପ୍ରେମିକା ଇପସିତା ସହ ରାତ୍ରୀ ଯାପନ କରିଥିଲେ। ସେହି ରାତିରେ ଦେବରାଜଙ୍କ ମୃତ୍ୟୁ ହୋଇଥିଲା। ଦେବରାଜଙ୍କ ପରିବାରର ଏତଲା କ୍ରମେ ଥାନାରେ ହତ୍ୟା ମାମଲା ରୁଜୁ କରି ପୁଲିସ ପ୍ରେମିକା ବନ୍ତ ବ୍ଲକର ଟିଲୋ ଗ୍ରାମର ଇପ୍ସିତା ବେହୁରାଙ୍କୁ ପଚରା ଉଚୁରା କରି ଛାଡି ଦେଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ସୂଚନା ଦେଇଥିଲା। ଇତମିଧ୍ୟରେ ପୁଲିସକୁ ମିଳିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେବା ପରେ ଆଜି ଇପ୍ସିତା କୁ ପୁଲିସ କୋର୍ଟ ଚାଲାଣ କରିଛି।