ଆକସ୍ମିକ ଭାବେ ବିଧାନସଭାକୁ ବନ୍ଦ କରିବା ନେଇ ବିଜେଡିର ସରକାରଙ୍କୁ ସମାଲୋଚନା , ଏ ଡବଲ ଇଞ୍ଜିନ ନୁହେଁ ଦୋମୁହାଁ ସରକାର
ଭୁବନେଶ୍ୱର, 01 ଏପ୍ରିଲ୍ – ଆକସ୍ମିକ ଭାବେ ବିଧାନସଭାକୁ ବନ୍ଦ କରିବା ନେଇ ବିଜେଡି ସରକାରଙ୍କୁ ସମାଲୋଚନା କରିଛି । ଏ ଡବଲ ଇଞ୍ଜିନ ନୁହେଁ ଦୋମୁହାଁ ସରକାର ବୋଲି ବିଜେଡି ନେତା କହିଛନ୍ତି । ବିଜେପି ଆନୁଷ୍ଠାନିକ ଭାବେ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ପ୍ରତିବାଦ କରୁନାହିଁ । ଏସିବି ଓ ବିଜୁ ବାବୁଙ୍କ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁନାହାନ୍ତି ସରକାର । ବିଜୁ ବାବୁଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟକୁ ନେଇ ଶୂନ୍ୟକାଳରେ ବ୍ୟାପକ ଆଲୋଚନା ହେଇଛି । ବାଚସ୍ପତି ନିନ୍ଦା ପ୍ରସ୍ତାବକୁ ଗ୍ରହଣ କରି ବିଜନେସ କମିଟିକୁ ପଠେଇଦେଲେ । କିନ୍ତୁ ହଠାତ ମଧ୍ୟ ରାତ୍ରିରେ ଆକସ୍ମିକ ଭାବେ ବିଧାନସଭାକୁ ବନ୍ଦ କରିଦେଲେ ସରକାର । ବିରୋଧୀ ନୁହେଁ ସରକାର ଏଠି ବିଧାନସଭା ଚଳେଇବାକୁ ଚାହୁଁନାହାନ୍ତି । ବିରୋଧୀ ସକ୍ରିୟ ଭାବେ ବିଧାନସଭାରେ ଅଲୋଚନା କରିବାକୁ ଚାହୁଁଥିବା ବେଳେ ସରକାର ଚାଲାକି କରି ବନ୍ଦ କରିଦେଲେ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।
