ଗଞ୍ଜାମ : ବ୍ରହ୍ମପୁର ମହାନଗର ନିଗମ (ଵିଇଏମସି) କମିସନର ଜେ. ସୋନାଲ, ଏମ.ଏଲ.ଏ. ବିକ୍ରମ କୁମାର ପଣ୍ଡା, ଡେପୁଟି ମେୟର, ଇ. ବିବେକ ରେଡ୍ଡି ଶରଧାବାଲି ୪୨ ନମ୍ବର ୱାର୍ଡ ପରିଦର୍ଶନ କରି ଅଂଚଳବାସିଙ୍କ ଠାରୁ ଜାଣିବାକୁ ପାଇଲେ ଆଜକୁ ୬ ମାସ ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା ଏଠାରେ ନିର୍ମାଣାଧୀନ କଲଭର୍ଟଟିର କାମଟି ଧୀର ମନ୍ଥର ଗତିରେ କାମ ହେଉଥିବା ଜାଣି କମିସନର ଦୁଃଖ ପ୍ରକାଶ କରି ବିଭାଗୀୟ ଅଧିକାରୀଙ୍କୁ ଚଞ୍ଚଳ ସାରିବାକୁ ତାଗିଦ କରିଥିଲେ। କାରଣ ଏଠାରେ ବହୁଳ ମାତ୍ରାରେ ସିନିଅର ସିଟିଜନ ତଥା ମହିଳା ମାନେ ପ୍ରାୟ ୨ କିଲୋମିଟର ବୁଲିଯିବାଟା ବହୁତ ଅସୁବିଧା ହେବାକୁ ପଡୁଛି ବୋଲି ବାସିନ୍ଦାମାନେ ଆପତ୍ତି କରିଥିଲେ। ଏଠାରେ ଗୋଷ୍ଠିକେନ୍ଦ୍ର ଗୃହ, କଲ୍ୟାଣ ମଣ୍ଡପ ତଥା ହେବାକୁ ଥିବା ଶରଦ୍ଧାବାଲିର ମୁଖ୍ୟ ରାସ୍ତା, ସହ ପ୍ରଥମ ଲାଇନ ରାସ୍ତା ଏବଂ ୭ ଲାଇନ ରାସ୍ତା ଚଞ୍ଚଳ କରାଇ ନେବା ପାଇଁ ପ୍ରତିଶୃତି ଦେଇଥିଲେ। ଆଜକୁ ପ୍ରାୟ ୨୬ ବର୍ଷ ଏହି ସାହି ଅବସ୍ଥାପିତ ହୋଇଥିଲେ ସୁଦ୍ଧା ଏହି ଅଂଚଳରେ ବାସିନ୍ଦା ମାନଙ୍କ ପାଇଁ ନିହାତି ଦରକାରୀ ହେବାଥିବା ଅନୁଷ୍ଠାନ ଗୁଡିକ ହୋଇପାରୁନଥିଲା। ବର୍ତ୍ତମାନ ପ୍ରତିଶୃତି ଦେଇଥିବା ସମସ୍ତ କାମ କରାଇ ନେବା ପାଇଁ କମିସନର ଇ. ବିବେକ ରେଡ୍ଡୀ, (ଡେପୁଟି ମୟର) ତଥା ଏହି ଅଞ୍ଚଳର କର୍ପୋରେଟରଙ୍କୁ ଦାୟିତ୍ଵ ଦେଇଛନ୍ତି।
Related Stories
April 5, 2026
