ଭୁବନେଶ୍ୱର/କଣ୍ଟାବାଞ୍ଜି, 2 ମାର୍ଚ୍ଚ : ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲାକୁ ଏନଏସି ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ ସିନ୍ଧେକେଲା ବନ୍ଦ ପାଳନ କରାଯାଇଛି । ସିନ୍ଧେକେଲାକୁ ଏନଏସି ନ କରାଯାଇ ଅଣଦେଖା କରାଯାଇଛି । ଦୀର୍ଘ ବର୍ଷ ହେଲା ସିନ୍ଧେକେଲାକୁ ଏନଏସି ଦାବି ନେଇ ଆନ୍ଦୋଳନ କରାଯାଉଥିଲେ ମଧ୍ୟ ନୂତନ ଏନଏସି ଘୋଷଣାରେ ନାମ ନଥିବାରୁ ଅଞ୍ଚଳବାସୀ ନିରାଶ ହୋଇଛନ୍ତି । ଆଜି ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦେଇଛି ସିନ୍ଧେକେଲା ନାଗରିକ କମିଟି । ସରକାରୀ ଓ ବେସରକାରୀ ଅନୁଷ୍ଠାନ,ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ରହିଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ସହ ଜରୁରୀ କାଳୀନକାର୍ଯ୍ୟକୁ ବାଦ ଦିଆଯାଇଛି ।ୂ