ତୁମୁଡିବନ୍ଧ ଡଙ୍ଗରପଦର ଠାରେ ଜଳସେଚନ ପ୍ରକଳ୍ପ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

0

କନ୍ଧମାଳ, ୦୨ ମାର୍ଚ୍ଚ – ମୁଖ୍ୟମନ୍ତ୍ରୀ, ଶ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଡଙ୍ଗରପଦର ଠାରେ ଲାଲିଆଚାଞ୍ଝଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ ପାଇପ୍ ଲାଇନ୍ ଜଳସେଚନ ଯୋଜନାର ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଭିିପ୍ରସ୍ତର ସ୍ଥାପନ ହୋଇଯାଇଛି ।

ଉକ୍ତ ପ୍ରକଳ୍ପ ଦ୍ୱାରା ଡଙ୍ଗରପଦର, ତେଲିମୁଣ୍ଡା ଓ ଧୁବଲଖମନ ଆଦି ଗ୍ରାମର ଅଧିବାସୀମାନେ ଉପକୃତ ହୋଇପାରିବେ ବୋଲି ଜଣାପଡ଼ିଛି । ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ, ଫୁଲବାଣୀ ଶ୍ରୀ ସୁନିଲ୍ କୁମାର ତ୍ରିପାଠୀଙ୍କ ସୂତ୍ରରୁ ପ୍ରକାଶ ଯେ,ଏହି ଲାଲିଆ ଚାଞ୍ଝଡା ପ୍ରକଳ୍ପଟି ସମୁଦାୟ ୫୮ଲକ୍ଷ ୧୮ହଜାର ମୂଲ୍ୟ ଅଟକଳରେ ପ୍ରଶାସନିକ ସ୍ତରରେ ଅନୁମୋଦନ କରାଯାଇଅଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଆଜି ୪ଟି ଜିଲ୍ଲାରେ ୧୩୧ କୋଟି ଟଙ୍କା ବିନିମୟରେ କୁସୁମି ବ୍ୟରେଜ୍ ଓ ଭୂତଳ ପାଇପ୍ ଲାଇନ୍ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ୫ ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବଂଟନ ବ୍ୟବସ୍ଥାର ଉଦ୍ଘାଟନ ହୋଇଯାଇଛି । ସେହିପରି ୧୫ଟି ଜିଲ୍ଲାରେ ୨୯୦୬ କୋଟି ଟଙ୍କା ବିନିମୟରେ ୩୯ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ ପାଇପ୍ ଲାଇନ୍ ବଂଟନ ବ୍ୟବସ୍ଥାର ଭିିପ୍ରସ୍ତର ସ୍ଥାପନ ହୋଇଯାଇଛି । ଫଳରେ ସେହି ସବୁ ଅଂଚଳରେ ପିଇବା ପାଣି ସହିତ ଚାଷ ପାଇଁ ଜଳର ଅଭାବ ରହିବ ନାହିଁ । ସେ ଚାଷୀମାନଙ୍କ ସହିତ ସବୁବେଳେ ରହିଆସିଛନ୍ତି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ।

ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଜିର ଏହି ଉଦ୍ଘାଟନୀ ଓ ଭିିତିପ୍ରସ୍ତର ସ୍ଥାପନ ସମୟରେ କନ୍ଧମାଳ ଜିଲ୍ଲାପାଳଙ୍କ ଓସ୍ୱାନ୍ ହଲ୍ରେ ଶ୍ରୀ ଚକ୍ରମଣି କହଁର ମୁଖ୍ୟଅତିଥିଭାବେ ଯୋଗଦେଇ ଫଳକ ଉନ୍ମୋଚନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଅଶୋକ କୁମାର ଭୋଇ, ତୁମୁଡ଼ିବନ୍ଧ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତି ମାଝି, ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ, ଫୁଲବାଣୀ ଶ୍ରୀ ସୁନିଲ୍ କୁମାର ତ୍ରିପାଠୀଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *