କୌଣସି ପ୍ରକାର ଆତଙ୍କବାଦ ଭୁଲ ଅଟେ-ଅକ୍ଷୟ କୁମାର

0

ମୁମ୍ବାଇ : ଇସ୍ରାଏଲ ଉପରେ ହମାସ ଆତଙ୍କୀ ସଙ୍ଗଠନର ଆକ୍ରମଣକୁ ନିନ୍ଦା କରିଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ସେ କହିଛନ୍ତି କୌଣସି ପ୍ରକାର ଆତଙ୍କବାଦ ଭୁଲ ଅଟେ । ଖୁବ ଶୀଘ୍ର ଯୁଦ୍ଧ ବନ୍ଦ ହେବ ଏବଂ ସବୁକିଛି ସାମାନ୍ୟ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଲୋକଙ୍କୁ ମାରିବା କୌଣସି ଘଟଣାର ଜବାବ ନୁହେଁ । ଯାହା ହେଉଛି ତାହା ଅତ୍ୟନ୍ତ ଦୁଃଖଦ । ଆଲୋଚନା ଜରିଆରେ ସମାଧାନର ରାସ୍ତା ବାହାର କରାଯାଉ । ଛୁଆ ଓ ମହିଳାଙ୍କ ହତ୍ୟାକୁ ସେ ନିନ୍ଦା କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଇସ୍ରାଏଲ –ହମାସ ଯୁଦ୍ଧ ଯୋଗୁ ଶହଶହ ଲୋକଙ୍କର ମୃତ୍ୟୁ ହୋଇଛି । ହଜାର ହଜାର ଲୋକେ ଆହତ ହୋଇଛନ୍ତି । ବିଭିନ୍ନ ଭିଡିଓରେ ମହିଳାଙ୍କ ଉତ୍ପୀଡନ କରାଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।

Leave a Reply

Your email address will not be published. Required fields are marked *