ବାଇଡେନ କହିଲେ- ଗାଜାକୁ ମାନବୀୟ ସହାୟତା ପଠାଇବ ଆମେରିକା

0

ୱାଶିଂଟନ, 2 ମାର୍ଚ୍ଚ ଛ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର କହିଛନ୍ତି ଯେ, ସଂଯୁକ୍ତ ରାଷ୍ଟ୍ର ଆମେରିକା ଗାଜାରେ ତତ୍କାଳ ମାନବୀୟ ସହାୟତା ସାମଗ୍ରୀ ପଠାଇବ । ଏହି ନିର୍ଣ୍ଣୟ ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ନିଆଯାଇଛି । ଉଲ୍ଲେଖନୀୟ ଦିନକ ପୂର୍ବରୁ ଗାଜାରେ ରିଲିଫ ଓ ଖାଦ୍ୟ ସାମଗ୍ରୀର ଅପେକ୍ଷା କରୁଥିବା ଲୋକଙ୍କ ଉପରେ ଇସ୍ରାଏଲ ସୁରକ୍ଷାବଳର ଗୁଳିକୁ ନେଇ ସାରା ଦୁନିଆ ଚିନ୍ତିତ ହୋଇଛି । ଏହି ଗୁଳିକାଣ୍ଡରେ ବହୁ ସଂଖ୍ୟାରେ ପାଲେଷ୍ଟାଇନ ନାଗକରିଙ୍କ ମୃତ୍ୟୁ ହୋଇଛି ।

ଦ ନ୍ୟୂୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ବାଇଡେନ ଇଟାଲୀର ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନୀଙ୍କୁ ଭେଟି କହିଛନ୍ତି ଯେ, ‘ଗାଜାରେ ନିର୍ଦ୍ଦୋଷ ଲୋକ ନିଜ ପରିବାରର ଭରଣ-ପୋଷଣ କରିବାରେ ଅସମର୍ଥ । ଏହି ଲୋକମାନେ ଭୀଷଣ ଯୁଦ୍ଧରେ ଫସିଯାଇଛନ୍ତି । ଏମାନଙ୍କୁ ଭୋଜନ ସାମଗ୍ରୀ ଓ ଅନ୍ୟ ସହାୟତା ସାମଗ୍ରୀର ଆବଶ୍ୟକତା ରହିଛି । ଆମେରିକା ଏମାନଙ୍କୁ ଭରପୂର ସହାୟତା ପ୍ରଦାନ କରିବ ।

Leave a Reply

Your email address will not be published. Required fields are marked *