ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

0

– ବାଲେଶ୍ୱରରୁ ଲଢିବେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର, 11 ଏପ୍ରିଲ – ସାଧାରଣ ନିର୍ବାଚନ ପାଇଁ ବିଜେଡି ଗୁରୁବାର ସନ୍ଧ୍ୟାରେ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଲୋକସଭା କ୍ଷେତ୍ର ପାଇଁ ନିକଟରେ ବିଜେଡିରେ ଯୋଗ ଦେଇଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକେଟ୍ ଦେଇଛନ୍ତି । ସେହିପରି ଭୁବନେଶ୍ୱର (ମଧ୍ୟ)ରୁ ଅନନ୍ତ ନାରାୟଣ ଜେନା (ବୁନୁ)ଙ୍କୁ ଟିକେଟ୍ ମିଳିଛି । ବିଜେଡି ଏହି ପର୍ଯ୍ୟାୟରେ ବାଲେଶ୍ୱର ଲୋକସଭା ଆସନ ସହିତ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଆହୁରି ୩୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେଡି ।

ଲକ୍ଷ୍ମୀପୁରରେ ପ୍ରଭୁ ଜାନି, ପାରାଦୀପରେ ଗୀତାଞ୍ଜଳି ରାଉତରାୟ, ସମ୍ବଲପୁରରେ ପ୍ରସନ୍ନ ଆଚାର୍ଯ୍ୟ, ରେଢ଼ାଖୋଲରେ ରୋହିତ ପୂଜାରୀ, ତେଲକୋଇରେ ମାଧବ ସର୍ଦ୍ଦାର, ତାଳଚେରରେ ବ୍ରଜ ପ୍ରଧାନ, ନର୍ଲାରେ ମନୋରମା ମହାନ୍ତି ଓ ବାଲିଗୁଡ଼ାରେ ଚକ୍ରମଣି କହଁରଙ୍କୁ ଟିକେଟ୍ ମିଳିଛି ।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ପାଇଁ ବିଜେଡି ପୂର୍ବରୁ ୩ଟି ପର୍ଯ୍ୟାୟରେ ୨୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିଲା । ସେହିପରି ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୭୨, ଦ୍ୱିତୀୟ ପର୍ଯ୍ୟାୟରେ ୨୭ ଓ ତୃତୀୟ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ।

Leave a Reply

Your email address will not be published. Required fields are marked *