ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ସାମାନ୍ୟ ହ୍ରାସ

0

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ସାମାନ୍ୟ ହ୍ରାସ ପାଇଛି । ଅଶୋଧିତ ବ୍ରେଣ୍ଟ ମୂଲ୍ୟ ବ୍ୟାରେଲ ପିଛା 90 ଡଲାର ରହିଥିବା ବେଳେ ଅଶୋଧିତ ଡବ୍ଲୁଟିଆଇ ମୂଲ୍ୟ ବ୍ୟାରେଲ ପିଛା 87 ଡଲାର ରହିଛି । ଅନ୍ୟପଟେ ଦେଶରେ ତୈଳ ଓ ଗ୍ୟାସ ବିପଣନ କମ୍ପାନୀ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି ।

ଇଣ୍ଡିଆନ୍ ଅଏଲ ୱେବସାଇଟ୍ ମୁତାବକ ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ପେଟ୍ରୋଲ ମୂଲ୍ୟ ଲିଟର ପିଛା 96.72 ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପିଛା 89.62 ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 106.31 ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପିଛା 94.27 ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ଲିଟର ପିଛା 106.03 ଟଙ୍କା ଥିବା ବେଳେ ଡିଜେଲ ମୂଲ୍ୟ 92.76 ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା 102.63 ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା 94.24 ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *