ମା’ମାନଙ୍କ ନିଷ୍ଠା ଓ ସମର୍ପଣରେ ଏକ ‘ସଶକ୍ତ ଓଡ଼ିଶା’ ଗଠନ ହେଉଛି – ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର, 24 ଏପ୍ରିଲ – ମା’ମାନଙ୍କ ନିଷ୍ଠା ଓ ସମର୍ପଣରେ ଏକ ‘ସଶକ୍ତ ଓଡ଼ିଶା’ ଗଠନ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରୀୟ ପଂଚାୟତିରାଜ ଦିବସ ଅବସରରେ କହିଛନ୍ତି ।

ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଗାଁର ବିକାଶରେ ଓଡ଼ିଶାର ବିକାଶ। ଗାଁଗୁଡ଼ିକୁ ବିକାଶ ପଥରେ ପରିଚାଳିତ କରିବାରେ ପଞ୍ଚାୟତିରାଜ ବ୍ୟବସ୍ଥାର ଭୂମିକା ବଡ଼ ଗୁରୁତ୍ୱପୂର୍ଣ୍ଣ। ଏହି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସମୃଦ୍ଧ କରିବାରେ ଆମ ମା’ମାନେ ଅଗ୍ରଣୀ ହୋଇଛନ୍ତି। ମା’ମାନଙ୍କ ପାଇଁ ୫୦% ସଂରକ୍ଷଣ ସୁନିଶ୍ଚିତ କରି ଓଡ଼ିଶା ଉଦାହରଣ ସୃଷ୍ଟି କରିଛି। ମା’ମାନଙ୍କ ନିଷ୍ଠା ଓ ସମର୍ପଣରେ ଏକ ‘ସଶକ୍ତ ଓଡ଼ିଶା’ ଗଠନ ହେଉଛି।

Leave a Reply

Your email address will not be published. Required fields are marked *