ମେଗା ପାଇପ ୱାଟର ସ୍କିମରେ ବଡ଼ ଧରଣର ଠକେଇ – ବିଜୟ ପଟ୍ଟନାୟକ

0

ଭୁବନେଶ୍ୱର, 14 ମାର୍ଚ୍ଚ -. ରାଜ୍ୟରେ ମେଗା ପାଇପ ୱାଟର ସ୍କିମରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ପ୍ରଚାର କମିଟିର ସଭାପତି ବିଜୟ ପଟ୍ଟନାୟକ ।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଏଥିରେ ରାଜ୍ୟର ଅନେକ ଶକ୍ତିଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି । ଏହା ସହ ଓଡ଼ିଆ କଣ୍ଟ୍ରାକ୍ଟର କିପରି ଟେଣ୍ଡର ପାଇବାରୁ ବଞ୍ଚିତ ହେବେ ସେ ଦିଗରେ କାର୍ଯ୍ୟ କରୁଛି ବିଜେଡି ।

ସେ କହିଛନ୍ତି ଯେ ବିଜେଡି ସରକାର ଓଡିଶା କଣ୍ଟ୍ରାକ୍ଟର କିପରି କାର୍ଯ୍ୟ ନପାଇବେ ସେଥିପାଇଁ ପାଞ୍ଚୋଟି ଜିଲ୍ଲାର ପାଇପ ୱାଟର କାର୍ଯ୍ୟକୁ ଗୋଟିଏ କରିଲେ.। ଏକାଠି କରିବା ଫଳରେ ଟେଣ୍ଡର ଭ୍ୟାଲୁ ବଢିଲା ଏବଂ ଓଡ଼ିଆ କଣ୍ଟ୍ରାକ୍ଟର ଏଥିରୁ ବଞ୍ଚିତ ହେଲେ. ଏହା କେବଳ ବାହାର ରାଜ୍ୟର କଣ୍ଟ୍ରାକ୍ଟର ମାନେ ପ୍ରୋଜେକ୍ଟ ପାଇଲେ । ଏଥିରୁ ସ୍ପଷ୍ଟ ବାରି ହେଉଛି ରାଜ୍ୟ ସରକାରଙ୍କ ଟେଣ୍ଡର ସ୍କାମ । ଯେଉଁ କମ୍ପାନୀ ମାନେ ଏହି କାର୍ଯ୍ୟ ନେଉଛନ୍ତି ଅଧିକରୁ ଅଧିକ ପଇସା ଦେଇ ନେଉଛନ୍ତି ଏବଂ ଯେଉଁ ସମୟ ସୀମା ମଧ୍ୟରେ ସାରିବା କଥା ତାହା ମଧ୍ୟ କରୁ ନାହାନ୍ତି. ଏ ଦିଗରେ ରାଜ୍ୟ ସରକାର କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଏହି ଭଳି 34000 କୋଟି ଟଙ୍କାର କଣ୍ଟ୍ରାକ୍ଟ ଓଡିଶା ବାହାର କଣ୍ଟ୍ରାକ୍ଟରଙ୍କୁ ଦିଆଯାଇଛି । ଆଗମୀ ଦିନରେ କଂଗ୍ରେସ ଏହାକୁ ନେଇ ଲୋକାୟୁକ୍ତଙ୍କ ନିକଟରେ ଦ୍ୱାରସ୍ଥ ହେବ. ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

Leave a Reply

Your email address will not be published. Required fields are marked *