ପ୍ୟାରିସ 2024 ପାଇଁ ପ୍ରସ୍ତୁତ ହେଲା ଅଲମ୍ପିକ ଗାଁ

0

ପ୍ୟାରିସ, 1 ମାର୍ଚ୍ଚ : ପ୍ୟାରିସ 2024 ପାଇଁ ଅଲମ୍ପିକ ଗାଁ ଆଥଲେଟମାନଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ । 52 ହେକ୍ଟରରେ ପରିବ୍ୟାପ୍ତ ଏହି ଗାଁ ସେଂଟ୍ରାଲ ପ୍ୟାରିସର ଉତ୍ତରରେ ଅବସ୍ଥିତ ଏବଂ ସେଂଟ ଡେନିସ, ସେଂଟ ଓଭେନ ଓ ଇଲେ-ସେଂଟ-ଡେନିସର ନଗର ପାଳିକାରେ ରହିଛି । ଯାହାକି ପାରାଅଲମ୍ପିକଙ୍କ ପାଇଁ 9ହଜାର ଆଥଲେଟ ଓ ତାଙ୍କ କର୍ମଚାରୀଙ୍କ ସ୍ୱାଗତ କରିବା ପୂର୍ବରୁ ଅଲମ୍ପିକ ସମୟରେ ପ୍ରାୟ 14,500 ଆଥଲେଟ ଓ ତାଙ୍କର କର୍ମଚାରୀଙ୍କୁ ହୋଷ୍ଟ କରିବ ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋନ ଗୁରୁବାର ଅଲମ୍ପିକ ଗାଁ ଅନୁଧ୍ୟାନ କରିଛନ୍ତି । ମେକ୍ରୋନ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ପରେ କହିଛନ୍ତି ଯେ, ଏହା ହେଉଛି ଏକ ପ୍ରଦର୍ଶନ ଯାହା ଆମେ ଆମର ପ୍ରତିବଦ୍ଧତାକୁ ସମ୍ମାନିତ କରିଛୁ।

ଖେଳ ପରେ, ଗାଁକୁ 2,800 ଆପାର୍ଟମେଣ୍ଟ ସହିତ ପରିବେଶ ଅନୁକୂଳ ଅଂଚଳରେ ପରିବର୍ତ୍ତନ କରାଯିବ । ଯେଉଁଥିରେ ଦୁଇଟି ବିଦ୍ୟାଳୟ, ଏକ ହୋଟେଲ, ଏକ ସର୍ବସାଧାରଣ ପାର୍କ, ଦୋକାନ ଏବଂ କାର୍ଯ୍ୟାଳୟ, ଏବଂ ପଥଚାରୀ ଏବଂ ଅଣ-ମୋଟର ଯାନବାହାନ ପାଇଁ ବୃକ୍ଷରୋପଣ ଅଂଚଳ ସାମିଲ ହେବ ।

Leave a Reply

Your email address will not be published. Required fields are marked *