ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଣ୍ଡିଖୋଲକୁ କରିବେ ଗସ୍ତ, ଜିଲା ପ୍ରଶାସନ ତତ୍ପର

0

ଧର୍ମଶାଳା, ୨୮ ଫେବୃଆରୀ – ମାର୍ଚ୍ଚ ମାସ ୫ ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସି ଯାଜପୁର ଜିଲା ବଡଚଣା ନିର୍ବାଚନ ମଣ୍ଡଳୀ ଚଣ୍ଡିଖୋଲ ନିକଟସ୍ଥ ବେଣାପୁରଠାରେ ସରକାରୀ କାର୍ଯ୍ୟକ୍ରମ ସହ ବୁଥ୍ ସ୍ତରୀୟ ନେତୃତ୍ୱଙ୍କୁ ଉଦବୋଧନ ଦେବେ । ତାଙ୍କର ଏହି ଗସ୍ତକୁ ନେଇ ଯାଜପୁର ପଶାସନ ତତ୍ପର ହୋଇଛି । ଆସିବାର ୬ ଦିନ ପୂର୍ବରୁ ସଭାସ୍ଥଳକୁ ନଜର ବନ୍ଦୀ ରଖାଯିବା ସହିତ ଏକ ପ୍ଲାଟୁନ ପୋଲିସ ମୃତୟନ କରାଯାଇଛି । ଚତୃପାଶ୍ୱର୍ର ରାସ୍ତା ଓ ଟ୍ରାଫିକ୍କୁ ନେଇ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚଳାଇଛି । ଆଜି ପୂର୍ବାହ୍ନରେ ଯାଜପୁର ଜିଲାପାଳ ଡ.ଶୁଭଙ୍କର ମହାପାତ୍ର ,ଜିଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ,ଦର୍ପଣ ତହସିଲ ମାଜିଷ୍ଟ୍ରେଟ୍ ମାନସ ତ୍ରିପାଠୀ, ବଡଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ସମେତ ଯାଜପୁର ଜିଲା ବିଜେପି ସଭାପତି ଗୌତମ ରାୟ,ଜିଲା ପର୍ଯ୍ୟବେକ୍ଷକ ସାରଦା ଶତପଥୀ ଓ ବଡଚଣା ବିଜେପି ନେତା ଅମର ନାୟକ ପ୍ରମୁଖ ଉପସ୍ଥିତ ରହି ପଡିଆକୁ ନିରୀକ୍ଷଣ କରିଥିଲେ । ମୋଦିଙ୍କ ଏହି ଗ୍ରସ୍ତକୁ ନେଇ ବିଜେପି ମହଲରେ ଉତ୍କଷ୍ଠା ପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲା ସମେତ ସ୍ଥାନୀୟ କଟକ,ଜଗତସିଂହପୁର,କେନ୍ଦ୍ରାପଡା,ଭଦ୍ରକ ଓ ଢେଙ୍କାନାଳ ଜିଲାର କର୍ମକର୍ତାଙ୍କ ସମେତ ବହୁ ସଂଖ୍ୟାରେ ମୋଦି ପ୍ରେମୀ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

Leave a Reply

Your email address will not be published. Required fields are marked *