ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାରେ ଏକାଧିକ ରେଳ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ

0

ବାଂଶପାଣି – ଦୈତାରୀ – ଟମକା – ଯଖପୁରା ଦୋହରୀକରଣ ଓ ଖୋର୍ଦ୍ଧା ରୋଡ଼-ବରଂ ତୃତୀୟ ରେଳ ଲାଇନ ଦେଶକୁ ତୃଉତ୍ସର୍ଗୀକୃତ

କଳିଙ୍ଗ ନଗରରେ କନକର୍ କେଂଟନର ଡିପୋ ଉଦ୍ଘାଟିତ ।

ଭୁବନେଶ୍ୱର,65 ମାର୍ଚ୍ଚ – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଚଣ୍ଡିଖୋଲ ଠାରେ ଓଡ଼ିଶାରେ ପ୍ରାୟ ୧୯,୬୦୦ କୋଟି ରୁ ଅଧିକ ଏକାଧିକ ବିକାଶମୂଳକ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ, ଉଦ୍ଘାଟନ ଓ ଦେଶକୁ ଉତ୍ସର୍ଗୀକୃତ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦୁଇଟି ଯାତ୍ରୀବାହୀ ଟ୍ରେନ୍ ଏବଂ ଗୋଟିଏ ମାଲବାହୀ ଟ୍ରେନ୍ ମଧ୍ୟ ଶୁଭାରମ୍ଭ କରିଥିଲେ । ଏହି ସମସ୍ତ ପ୍ରକଳ୍ପ ରେଳ, ତୈଳ ଏବଂ ଗ୍ୟାସ୍, ସଡକ, ପରିବହନ ଏବଂ ରାଜପଥ ଏବଂ ପରମାଣୁ ଶକ୍ତି ସହିତ ଜଡିତ ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଓଡିଶାର ଲୋକଙ୍କୁ ଅଭିନନ୍ଦନ ଜଣାଇବା ସହ ବିଭିନ୍ନ ମନ୍ତ୍ରଣାଳୟ ଅଧୀନରେ ଓଡିଶାରେ କରାଯାଉଥିବା ଅନେକ ବିକାଶମୂଳକ ପ୍ରକଳ୍ପର ତାଲିକାଭୁକ୍ତ କରିଥିଲେ । ସେ ସୂଚନା ଦେଇଛନ୍ତି ଯେ ଗତ ଦଶ ବର୍ଷ ମଧ୍ୟରେ ଓଡିଶା ପାଇଁ ରେଳ ବଜେଟ୍ ପ୍ରାୟ ୧୨ ଗୁଣ ବୃଦ୍ଧି କରାଯାଇଛି । ଏଥିସହ ସେ କହିଛନ୍ତି ଯେ ରାଜ୍ୟରେ ରେଳ-ରାଜପଥ-ବନ୍ଦର ସଂଯୋଗରେ ବହୁତ ଉନ୍ନତି ହୋଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶ ପାଇଁ ୧୬୨ କିମି ବାଂଶପାଣି – ଦୈତାରୀ – ଟମକା – ଯଖପୁରା ଦୋହରୀକରଣ ଏବଂ ଖୋର୍ଦ୍ଧା ରୋଡ୍-ବାରଙ୍ଗ ତୃତୀୟ ରେଳ ଲାଇନକୁ ଦେଶକୁ ଉତ୍ସର୍ଗୀକୃତ କରିଛନ୍ତି । ଏହି ବର୍ଦ୍ଧିତ କ୍ଷମତା ନିକଟବର୍ତୀ ବନ୍ଦର ଏବଂ ଇସ୍ପାତ କାରଖାନା ତଥା ଦେଶର ଅନ୍ୟାନ୍ୟ ସ୍ଥାନକୁ ଖଣିଜ ପଦାର୍ଥ ଏବଂ ଖଣିଜ ପଦାର୍ଥର ଦକ୍ଷ ପରିବହନକୁ ସହଜ କରିବ, ଯାହା ଆଂଚଳିକ ଅର୍ଥନୈତିକ ଅଭିବୃଦ୍ଧିରେ ବିଶେଷ ସହାୟକ ହେବ ।

ଘରୋଇ ତଥା ଆନ୍ତର୍ଜାତୀୟ ବାଣିଜ୍ୟକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କଳିଙ୍ଗ ନଗରରେ କନକୋର କଣ୍ଟେନର ଡିପୋକୁ ମଧ୍ୟ ଉଦ୍ଘାଟନ କରିଛନ୍ତି । ସେ ନରଲା ଠାରେ ଇଲେକ୍ଟ୍ରିକ୍ ଲୋକୋ ପିରିଓଡିକାଲ୍ ଓଭରହେଲିଂ କାରଖାନା, କାଂଟାବାଞ୍ଜିରେ ୱାଗନ୍ ପିରିଓଡିକାଲ୍ ଓଭରହେଲିଂ କାରଖାନା ଏବଂ ବାଘୁଆପାଲରେ ୱାଗନ୍ ରକ୍ଷଣାବେକ୍ଷଣ ସୁବିଧା ପାଇଁ ଭିତି ପ୍ରସ୍ତର ସ୍ଥାପନ କରିଥିଲେ ।

ପୁରୀ ଏବଂ ଆନନ୍ଦ ବିହାର (ନୂଆଦିଲ୍ଲୀ) ମଧ୍ୟରେ ଥିବା ନୂତନ ଟ୍ରେନକୁ ମଧ୍ୟ ପ୍ରଧାନମନ୍ତ୍ରୀ କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଭିଡିଓ କନଫରେନସିଂ ମାଧ୍ୟମରେ ଶୁଭାରମ୍ଭ କରିଥିବାବେଳେ ହରିଦାସପୁର – ପାରାଦୀପ ମାର୍ଗରେ ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ପାରାଦୀପ-କେନ୍ଦୁଝରଗଡ଼ ମଧ୍ୟରେ ସେବା ମଧ୍ୟ ଆରମ୍ଭ କରିଥିଲେ । ଏହି ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ ହେବା ସହିତ କେନ୍ଦ୍ରାପଡା ଜିଲ୍ଲା ମଧ୍ୟ ଯାତ୍ରୀବାହୀ ଟ୍ରେନର ସେବା ପାଇପାରିବ । ଏହା ବ୍ୟତୀତ ଯାଜପୁର ସ୍ଥିତ କଳିଙ୍ଗ ନଗରରେ ଅବସ୍ଥିତ କନକର୍ କେଂଟନର ଡିପୋ ରୁ ଉତରପ୍ରଦେଶର ଦାଦ୍ରି ପର୍ଯ୍ୟନ୍ତ ଏକ କେଂଟନର ଟ୍ରେନ୍ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା ।

ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଦକ୍ଷତା ବିକାଶ ଏବଂ ଉଦୟମିତ ମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ଏବଂ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଚଣ୍ଡିଖୋଲ ଠାରେ ଏହି ଅବସରରେ ଯୋଗଦାନ କରିଥିଲେ । ସାଂସଦ / ବିଧାୟକମାନେ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନର୍ଲା ରୋଡ, କଂଟାବାଞ୍ଜି, ପାରାଦୀପ, କେନ୍ଦୁଝର ଏବଂ ବାଘୁଆପାଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *