ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି : ସଂନ୍ଧ୍ୟା ୫ଟାରୁ ରାତି ୯ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

0

ପୁରୀ, ୩୦ ନଭେମ୍ବର – ମାର୍ଗଶିର ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ଆଜି ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଶ୍ରୀଜୀଉ ମାନଙ୍କ ଶ୍ରୀମୁଖ ଶୃଙ୍ଗାର ଅର୍ଥାତ୍ ବନକଲାଗି ନୀତି ଅନୁଷ୍ଠିତ ହୋଇଛି । ଏହା ଶ୍ରୀଜୀଉଙ୍କ ଏକ ଗୁପ୍ତ ନୀତି ହୋଇଥିବାରୁ ଏଥିପାଇଁ ସଂନ୍ଧ୍ୟା ୫ଟାରୁ ରାତି ୯ ପର୍ଯ୍ୟନ୍ତ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ।

ପରମ୍ପରା ଅନୁଯାୟୀ, ଶ୍ରୀଜୀଉଙ୍କ ଦ୍ଵିତୀୟ ଭୋଗମଣ୍ଡପ ଶେଷ ପରେ ପହୁଡ଼ ଆଳତୀ କରାଯାଇଥିଲା । ଏହାପରେ ଭିତରୁ ଜୟ ବିଜୟ ଦ୍ଵାର ବନ୍ଦ କରାଯାଇଥିଲା । ଗର୍ଭଗୃହ ମଧ୍ୟରେ ଦତ ମହାପାତ୍ର ସେବାୟତ ମାନେ ଶ୍ରୀ ଜୀଉଙ୍କ ଏହି ଗୁପ୍ତ ନୀତି ସମାପନ କରୁଛନ୍ତି । ବନକ ଲାଗି ଶ୍ରୀଜୀଉଙ୍କ ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମୟରେ ଗର୍ଭଗୃହର ସମସ୍ତ ଦ୍ଵାର ବନ୍ଦ ରହିଛି । ବନକଲାଗି ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହେବ । ମହାସ୍ନାନ ପରେ ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟା ଧୂପ ନୀତି ସମ୍ପନ୍ନ ହେବ । ଏହାପରେ ଭକ୍ତ ମାନେ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ।

ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତିରେ ପ୍ରାକୃତିକ ରଙ୍ଗ ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କସ୍ତୁରୀ, କଳା, ଧଳା ଓ ନାଲି ରଙ୍ଗର ବ୍ୟବହାର ହୋଇଥାଏ ।

Leave a Reply

Your email address will not be published. Required fields are marked *