ଦୁଇ ତିନି ଦିନ ମଧ୍ୟରେ ବିଜେପି ଜାରି କରିପାରେ ଲୋକସଭା ପ୍ରାର୍ଥୀଙ୍କ ପ୍ରଥମ ତାଲିକା

0

ନୂଆଦିଲ୍ଲୀ, 1 ମାର୍ଚ୍ଚ ଲୋକସଭା ନିର୍ବାଚନକୁ ଦୃଷ୍ଟି ରଖି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଗୁରୁବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇ ଭୋର 3ଟା ଯାଏ ଚାଲିଥିଲା । ସୂତ୍ରରୁ ଜଣାପଡିଛି ଯେ, ସିଟ୍ ବଣ୍ଟନର ଫର୍ମୁଲା ନିର୍ଦ୍ଧାରଣ କରିବା ସହ ପ୍ରଥମ ତାଲିକାର ପ୍ରାର୍ଥୀଙ୍କ ନାମ ଉପରେ ଚର୍ଚ୍ଚା ହୋଇଥିଲା । ବିଜେପି ନିଜର ପ୍ରଥମ ତାଲିକା ଦୁଇ ତିନି ଦିନ ମଧ୍ୟରେ ଜାରି କରିପାରେ ।

ବିଜେପି ମୁଖ୍ୟାଳୟରେ ପ୍ରାୟ 6ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥିବା ବୈଠକରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଷ୍ଟ୍ରୀୟ ମହାସଚିବ ବିଏଲ ସନ୍ତୋଷ, ତରୁଣ ଚୁଘ, ଜୀ କିଶନ ରେଡ୍ଡୀ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହଧାମୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦୀୟା କୁମାରୀ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *