୬ ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ

0

ଭୁବନେଶ୍ୱର, 2 ଏପ୍ରିଲ  – ତତଲା କଡେଇରେ ଭାଜି ହେଉଛି ସାରା ଓଡିଶା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ଆଗକୁ ମଧ୍ୟ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମଙ୍ଗଳବାର ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୬ ଟି ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । କେନ୍ଦୁଝରରେ ସର୍ବାଧିକ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ କେନ୍ଦୁଝରରେ ୩୯.୫ ଡିଗ୍ରୀ , ସମ୍ବଲପୁର: ୩୯.୪ ଡିଗ୍ରୀ , ହୀରାକୁଦରେ ୩୯.୨ ଡିଗ୍ରୀ , ଝାରସୁଗୁଡାରେ ୩୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ରାଉରକେଲାରେ ୩୮.୬ , ଚାନ୍ଦବାଲି ୩୮.୪, ବାଲେଶ୍ୱରରେ ୩୭.୭ , ଭୁବନେଶ୍ୱରରେ ୩୭.୨, ପୁରୀରେ ୩୩.୫ , ପାରାଦୀପରେ ୩୨.୪ ଡିଗ୍ରୀ ଓ ଗୋପାଳପୁରରେ ୩୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *