ମହିଳା କଂଗ୍ରେସ ସାଧାରଣ ସଂପାଦିକା ଶ୍ରୀୟାସ୍ମିତା ପଣ୍ଡା ଭୁବନେଶ୍ୱର ଜିଲ୍ଲା ପ୍ରଭାରୀ ନିଯୁକ୍ତ

0

ଭୁବନେଶ୍ୱର, 13 ଏପ୍ରିଲ (ହି.ସ.) – ପ୍ରଦେଶ ମହିଳା କଂଗ୍ରେସର ସାଧାରଣ ସଂପାଦିକା ଶ୍ରୀୟାସ୍ମିତା ପଣ୍ଡାଙ୍କୁ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସର ପ୍ରଭାରୀ ଭାବରେ ଏବଂ କବିତା ପ୍ରିୟଦର୍ଶିନୀ ଦାଶଙ୍କୁ ସହ ପ୍ରଭାରୀ ଭାବରେ ଦାୟୀତ୍ୱ ଅର୍ପଣ କରିଛନ୍ତି । ଶ୍ରୀମତୀ ପଣ୍ଡା ମହିଳା କଂଗ୍ରେସରେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଛନ୍ତି । ଏହି ନିଯୁକ୍ତି ଶ୍ରୀମତୀ ପଣ୍ଡା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବାହିନୀପତି ଓ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗିତାଞ୍ଜଳି ମହାନ୍ତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *