ଢେଙ୍କାନାଳରେ ପଥରରେ ଛେଚି ଯୁବତୀଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କଲା ବିଜେପି

0

ଢେଙ୍କାନାଳ, 03 ମାର୍ଚ – ଢେଙ୍କାନାଳରେ ପଥରରେ ଛେଚି ଯୁବତୀଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଜେପି ମହିଳା ମୋର୍ଚା ଦାବି କରିଛି ।

ଗତକାଲି ଘଟଣା ସ୍ଥଳ ଯାଇ ମୃତାଙ୍କ ପରିବାରକୁ ଭେଟିବା ପରେ ବିଜେପି ମହିଳା ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚାର ସଭାପତି ଐଶର୍ଯ୍ୟା ବିଶ୍ୱାଳ ଏହି ଦାବି କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ପୋଲିସର ଅପାରଗତା ପାଇଁ ଏମିତି ଘଟଣା ଘଟିଛି । ଏ ଯାଏଁ କାହିଁକି ଅପରାଧୀ ପାଖରେ ପହଞ୍ଚି ପାରିଲାନି ପୋଲିସ ବୋଲି ସେ ପ୍ରଶ୍ନ କରିଛନ୍ତି । । ଅପରାଧୀଙ୍କୁ ପକ୍ସୋ ଆଇନରେ ମୃତ୍ୟୁ ଦଣ୍ଡ ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *