ବଲାଙ୍ଗୀର-ସମ୍ବଲପୁର ରାସ୍ତାର ରୁଗୁଡିଖାଲ ଛକଠାରେ ଶହଶହ ଚାଷି ଏନଏଚ-୨୬ ଉପରେ ବସି ରାସ୍ତା ଅବରୋଧ

0

ବଲାଙ୍ଗିର:-ବଲାଙ୍ଗୀର ଜିଲ୍ଲାରେ ଚାଷୀଙ୍କ ସମସ୍ୟାକୁ ସରକାର ଶୁଣୁନାହିଁ । ତେଣୁ ୬ଦଫା ଦାବିନେଇ ଆଜି ଆଗଲପୁର କୃଷକସଂଘର୍ଷ ସମିତି ଜାତୀୟରାଜପଥ-୨୬କୁ ଅବରୋଧ କରିଛି । ବଲାଙ୍ଗୀର-ସମ୍ବଲପୁର ରାସ୍ତାର ରୁଗୁଡିଖାଲଛକଠାରେ ଶହଶହ ଚାଷି ଏନଏଚ-୨୬ ଉପରେ ବସି ଅବରୋଧ କରିଥିବାରୁ ରାସ୍ତାର ଉଭୟପଟେ ଶହଶହ ସଂଖ୍ୟାରେ ଯାନବାହନ ଅଟକି ରହିଛି । ବଲାଙ୍ଗୀର ଏସଡିପିଓ ପ୍ରଦୀପକୁମାର ସାହୁ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ସୂଚନାରୁ ପ୍ରକାଶ ଯେ,ବଲାଙ୍ଗୀର ଜିଲ୍ଲାର ଲୋୟରସୁକତେଲ ଜଳସେଚନ ପ୍ରକଲ୍ପକାମ ସରି ଉଦଘାଟିତ ହୋଇଯାଇଛି । ଏହି ପ୍ରକଲ୍ପରୁ ଆଗଲପୁର ବ୍ଲକର ୫ଟି ପଞ୍ଚାୟତକୁ ଜଳସେଚିତ କରାଯିବ ବୋଲି ବହୁଦିନରୁ ଚାଷୀ ମାନେ ଆଶା ରଖିଥିଲେ । କିନ୍ତୁ ଏବେ ପ୍ରକଲ୍ପର ପାଇପଲାଇନ କାମ ଆରମ୍ଭ ହୋଇଥିଲେ ହେଁ ଆଗଲପୁର ବ୍ଲକର ନଅଗାଁ(ଖ),ବେନ୍ଦ୍ରା,ବଡଟିକା,ଝରଣୀପାଲି ଓ ନୂଆପାଲି ବାଦ ଦିଆଯାଇଛି । ସେଥିପାଇଁ ଲୋୟରସୁକତେଲ ପ୍ରକଲ୍ପରୁ ଚାଷିଙ୍କୁ ପାଣିଦେବାକୁ ତଥା ଅନ୍ୟାନ୍ୟ ୬ଦଫା ଦାବିନେଇ ଅଅନ୍ଦୋଳନକୁ ଓହ୍ାଇଛନ୍ତି । ଏହା ପୂର୍ବରୁ କୃଷକସଂଘର୍ଷ ସମିତି ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଥିଲା । କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ଆଜି ଆନ୍ଦୋଳନକୁ ଚାଷିମାନେ ଓହ୍ଲାଇଛନ୍ତି । ଏହି ଦାବି ସହିତ ଚାଷିଙ୍କ କୃଷିଋଣଛାଡ କରିବା,ଇନପୁଟ ସବସିଡି ପ୍ରଦାନ କରିବା,ଅଦିନିଆ ବର୍ଷାରେ ଫସଲହାନୀ ଜନିତ କ୍ଷତିପୂରଣ ଦେବା ଇତ୍ୟାଦି ପ୍ରମୁଖ ଦାବି ରହିଛି । ତେବେ ଏହି ଆନ୍ଦୋଳନ ବେଳେ ପରୀକ୍ଷାର୍ଥି , ରୋଗୀ ନେଉଥିବା ଆମ୍ବଲାନ୍ସ ଓ ଚାରିଚକିଆ ଗାଡି,ଦୁଗ୍ଧ ଭଳି ଅତ୍ୟାବଶ୍ୟକ ଜିନିଷ କୁ ପରିବହନ କରୁଥିବା ଯାନବାହାନକୁ ଯିବାକୁ ଦିଆଯାଇଛି । ଚାଷିନେତା କୃଷ୍ଣଚନ୍ଦ୍ର ନାଏକ, କ୍ଷମାନିଧି ଦଳପତି,ଶ୍ୟାସୁନ୍ଦର ଭୋଇ ଓ ଅଶୋକ ପଟେଲଙ୍କ ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନରେ ୫ଟି ପଞ୍ଚାୟତର ହଜାର ସଂଖ୍ୟାରେ ଚାଷି ସାମିଲ ହୋଇଥିଲେ । ଦୀର୍ଘ ସମୟଧରି ରାସ୍ତା ଅବରୋଧ ହୋଇଥିବାରୁ ଲୋକଙ୍କ ଯିବା ଆସିବାରେ ଅସୁବିଧା ହୋଇ ଥିଲା । ଏହି ଛକର ଉଭୟ ପଟେ ଶହଶହ ସଂଖ୍ୟାରେ ଟ୍ରକ,ବସ ଓ ଅନ୍ୟାନ୍ୟ ଯାନବାହନ ଅଟକି ରହିଛି । ମୁଖ୍ୟତଃ ବସ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

Leave a Reply

Your email address will not be published. Required fields are marked *