ସମଲେଶ୍ୱରୀ ଏକ୍ସପ୍ରେସ ରେଙ୍ଗାଲିରେ , ପୁରୀ-ଦୁର୍ଗ ଏକ୍ସପ୍ରେସ ଲୋଇସିଙ୍ଗା ଏବଂ ମୁରିବାହାଲ ଠାରେ ରହଣି କରିବ

0

ଭୁବନେଶ୍ୱର – ୧୮୦୦୫/୧୮୦୦୬ ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ପରୀକ୍ଷାମୂଳକ ଭିତିରେ ରେଙ୍ଗାଲି ଷ୍ଟେସନ ଠାରେ ରହଣି କରିବ । ୧୮୦୦୫ ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ା ଠାରୁ ୨୮ତାରିଖରୁ ଏବଂ ୧୮୦୦୬ ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଜଗଦଳପୁର ଠାରୁ ୨୯ତାରିଖରୁ ରେଙ୍ଗାଲି ଷ୍ଟେସନରେ ରହଣି କରିବ । ହାଓଡ଼ାରୁ ଛାଡୁଥିବା ସମଲେଶ୍ୱରୀ ଏକ୍ସପ୍ରେସ ରେଙ୍ଗଲିରେ ସକାଳ ୦୮ଘ.୩୬ମି.ରେ ପହଞ୍ଚି ୦୮ଘ.୩୮ମି.ରେ ଜଗଦଳପୁର ଅଭିମୁଖେ ଯାତ୍ରା କରିବି । ସେହିଭଳି, ଜଗଦଳପୁରରୁ ଏହି ଟ୍ରେନ୍ ରେଙ୍ଗାଲିରେ ସନ୍ଧ୍ୟା ୦୬ଘ.୫୫ମି.ରେ ପହଞ୍ଚି ସନ୍ଧ୍ୟା ୦୬ଘ.୫୭ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ ।

୧୮୪୨୫/୧୮୪୨୬ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ପୁରୀରୁ ୦୧ ମାର୍ଚ୍ଚ ଠାରୁ ଏବଂ ଦୁର୍ଗରୁ ୨ ମାର୍ଚ୍ଚ ଠାରୁ ଛାଡୁଥିବା ଟ୍ରେନ ଲୋଇସିଙ୍ଗା ଏବଂ ମୁରିବାହାଲ ଷ୍ଟେସନ ମାନଙ୍କରେ ରହଣି କରିବ । ପୁରୀ ଠାରୁ ଛାଡୁଥିବା ୧୮୪୨୫ ପୁରୀ- ଦୁର୍ଗ ଏକ୍ସପ୍ରେସ ଲୋଇସିଙ୍ଗାରେ ଭୋର ୦୩ଘ.୫୮ମି.ରେ ପହଞ୍ଚି ଭୋର ୦୪ ଘଟିକାରେ ଛାଡିବ । ଏହି ଟ୍ରେନ୍ ମଧ୍ୟ ମୁରିବାହାଲରେ ଭୋର ୦୬ଘ.୧୦ମି.ରେ ପହଞ୍ଚି ଭୋର ୦୬ଘ.୧୨ମି.ରେ ଦୁର୍ଗ ଆଡକୁ ଯାତ୍ରା କରିବ । ଫେରିବା ମାର୍ଗରେ ଦୁର୍ଗରୁ ଛାଡୁଥିବା ୧୮୪୨୬ ଦୁର୍ଗ-ପୁରୀ ଏକ୍ସପ୍ରେସ ସନ୍ଧ୍ୟା ୦୮ଘ.୨୫ମି.ରେ ମୁରିବାହାଲରେ ପହଞ୍ଚି ସନ୍ଧ୍ୟା ୦୮ଘ.୨୭ମି.ରେ ଛାଡିବ । ଏହି ଟ୍ରେନ୍ ମଧ୍ୟ ରାତ୍ରି ୧୦ଘ.୨୫ମି.ରେ ଲୋଇସିଙ୍ଗା ଠାରେ ପହଞ୍ଚି ରାତ୍ରି ୧୦ଘ.୨୭ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ ।

Leave a Reply

Your email address will not be published. Required fields are marked *