ଢାକାରେ ବେଲି ରୋଡ ଟ୍ରାଜେଡିରେ 46ଜଣଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ, ବେଆଇନ ରେସ୍ତୁରାଁ ଉପରେ ରେଡ୍

0

ଢାକା, 6 ମାର୍ଚ୍ଚ : ବାଂଲାଦେଶର ରାଜଧାନୀ ଢାକାର ବେଲି ରୋଡରେ ଗତ କିଛି ଦିନ ତଳେ ରେସ୍ତୁରାଁରେ ଭୀଷଣ ନିଆଁ ଲାଗିବା କାରଣରୁ 46ଜଣଙ୍କ ମୃତ୍ୟୁ ପରେ ପ୍ରଶାସନର ନିଦ ଭାଙ୍ଗିଛି । ଏହାରେ ପ୍ରଶାସନ ରାଜଧାନୀରେ ଥିବା ବେଆଇନ ରେସ୍ତୁରାଁ ବିରୁଦ୍ଧରେ ଅଭିଯାନ ଚଳାଇଛି । ଯେଉଁ ହୋଟେଲରେ ନିଆଁ ଲିଭାଇବା ପାଇଁ ବ୍ୟବସ୍ଥା ନାହିଁ, ସେଗୁଡିକ ସିଲ୍ କରାଯାଉଛି । ଏହି ଘଟଣାରେ 92ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି ।

ଢାକା ଟ୍ରିବ୍ୟୁନ ଖବରକାଗଜ ମୁତାବକ ବେଲି ରୋଡ୍ ଟ୍ରାଜେଡି ପରେ ଆରମ୍ଭ ଅଭିଯାନରେ ସେଫ୍ ସହିତ କର୍ମଚାରୀମାନେ ଚିନ୍ତିତ ହୋଇପଡିଛନ୍ତି । ନିଜ ଜୀବିକାକୁ ନେଇ ସେମାନଙ୍କର ଚିନ୍ତା ବଢିଛି । ମଙ୍ଗଳବାର ଦିନ 4ଟି ରେସ୍ତୁରାଁକୁ ସିଲ୍ କରାଯାଇଛି । ସୋମବାର 22ଟି ରେସ୍ତୁରାଁ ସିଲ୍ କରାଯାଇଥିଲା ।

Leave a Reply

Your email address will not be published. Required fields are marked *